Site icon Awaj Media

ବିଧି ମୁତାବକ ଘୋଷଯାତ୍ରା ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କରୋନା କଟକଣା ମଧ୍ୟରେ ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ଘୋଷଯାତ୍ରା ରେ ବିଧି ମୁତାବକ ପୂଜାର୍ଚ୍ଚନା । ମହାମାରୀ କରୋନା କଟକଣାକୁ ଦୃଷ୍ଟିରେ ରଖି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁକିନ୍ଦା ଜଗନ୍ନାଥ ମନ୍ଦିର ପରିସରରେ ସୁକିନ୍ଦାଗଡର ରାଜସାହେବ ଭୂଦେଵ ଭୂପତି ହରିଶ୍ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତରେ ମହାପ୍ରଭୁଙ୍କର ପୂଜାର୍ଚ୍ଚନା ସହିତ ସ୍ୱଳ୍ପ ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ ଶ୍ରୀଗୁଣ୍ଡିଚା ଘୋଷଯାତ୍ରା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି . କଳିଙ୍ଗନଗର ସ୍ଥିତ ଡୁବୁରୀ ଓ କାଳିଆପାଣି ଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ହୋଇଯାଇଛି .

Exit mobile version