Site icon Awaj Media

କୂଅ ଭିତରୁ ମୃତ ଷଣ୍ଢ ଉଦ୍ଧାର ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରଗଡି ଗ୍ରାମର ଅମୂଲ୍ୟ ବେହେରାଙ୍କ ଘର ପାଖରେ ଥିବା କୂଅରୁ ମୃତ ଷଣ୍ଢ ଉଦ୍ଧାର । ସୁକିନ୍ଦା ବ୍ଲକ ଅଧିନସ୍ଥ ପିଙ୍ଗଲ ପଞ୍ଚାୟତ ରଗଡି ଗ୍ରାମର ଅମୂଲ୍ୟ ବେହେରାଙ୍କ ଘର ପାଖରେ ଥିବା କୂଅରେ ଅଜାଣତରେ ଏକ ଷଣ୍ଢ ପଡି ଯାଇଥିବା ବେଳେ ବୁଧବାର ସକାଳେ ପରିବାର ଲୋକେ କୂଅ ମଧ୍ୟରେ ଷଣ୍ଢଟି ମୃତ ଅବସ୍ଥାରେ ପଡି ରହିଥିବା ଦେଖିଥିଲେ . ଘଟଣା ସମ୍ପର୍କରେ ତୁରନ୍ତ ଅମୂଲ୍ୟ ବେହେରା ସୁକିନ୍ଦା ଦମକଳ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମ ଲୋକ ଓ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତା ମାନଙ୍କର ସହାୟତାରେ ତୁରନ୍ତ ମୃତ ଷଣ୍ଢଟିକୁ ଅମୂଲ୍ୟ ବେହେରାଙ୍କ କୂଅ ମଧ୍ୟରୁ କାଢିଥିଲେ . ଗ୍ରାମ ଲୋକ ମାନଙ୍କ ଦ୍ୱାରା ଷଣ୍ଢଟିକୁ ହିନ୍ଦୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ଗ୍ରାମ ପାଖ ପଡ଼ିଆରେ ପୋତି ଦେଇଥିବା ସୁଚନା ମିଳିଛି ।

Exit mobile version