Site icon Awaj Media

ସାମ୍ବାଦିକ ଙ୍କୁ ରାଜସ୍ୱ ନିରୀକ୍ଷୀକାଙ୍କର ଦୁର୍ବ୍ୟବହାର ପ୍ରସଙ୍ଗ !!

Spread the love

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ତହସିଲ ପିକରଡି ର ରାଜସ୍ବ ନିରୀକ୍ଷୀକା କ୍ଷମତା ମୋହରେ ପଡ଼ି ତହସିଲଦାରଙ୍କ ଗାଡ଼ିରେ ନାଲିବତୀ ବ୍ୟବହାର କରି ଚଳିତ ମାସ ୫ତାରିଖ ସନ୍ଧ୍ୟା ସମୟରେ ବଜାର ରେ ନିଜକୁ ଲେଡି ଡନ ପରି ବୁଲି ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ଖବର ପାଇ ଅଞ୍ଚଳର ସାମ୍ବାଦିକ ହେମନ୍ତ କୁମାର ମୁଖୀ ପହଁଚି ଫଟୋ ଉତ୍ତୋଳନ କରିବା ପାଇଁ ମୋବାଇଲ ଧରିଥିବା ବେଳେ ରାଜସ୍ବ ନିରୀକ୍ଷୀକା ଜଣକ ସାମ୍ବାଦିକ ନିକଟରେ ପହଁଚି ମୋବାଇଲ ଛଡ଼ାଇବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜିଲ୍ଲା ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ରାଜସ୍ବ ନିରୀକ୍ଷୀକାଙ୍କ ଏଭଳି ଆଚରଣ କୁ ନେଇ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଘୋର ନିନ୍ଦା କରାଯିବା ସହ ସାମ୍ବାଦିକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ ଙ୍କ ନେତୃତ୍ବ ରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଙ୍କ ଜରୀଆରେ କନ୍ଧମାଳ ଜିଲ୍ଲାପାଳ ମହୋଦୟା ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଯଦି ସାମ୍ବାଦିକ ଙ୍କୁ ନ୍ୟାୟ ନମିଳେ ତେବେ ବାଧ୍ୟ ହୋଇ ସାମ୍ବାଦିକ ଙ୍କ ନ୍ୟାୟ ପାଇଁ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ର ସମ୍ମାନ ଦେଉଥିବା ବେଳେ କିଛି ସରକାରୀ କର୍ମଚାରୀ ନିଜକୁ ଆଇନ ର ଉର୍ଦ୍ଧ୍ବ ରେ ଭାବି ଏଭଳି ଘଟଣା ମାନ ଘଟାଉଛନ୍ତି, ଯାହାକି ସାମ୍ବାଦିକ ଓ ସରକାର ମଧ୍ୟରେ ଥିବା ସୁସମ୍ପର୍କ କୁ ବ୍ୟାଘାତ ସୃଷ୍ଟି କରୁଛନ୍ତି। ଏହି ଘଟଣା କୁ ଉତ୍କଳ ସାମ୍ୱାଦିକ ସଙ୍ଘର ସଦସ୍ୟ ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ସୁବାଷ ଚନ୍ଦ୍ର ମହାରଣା, ବସନ୍ତ କୁମାର ବେହେରା, ହିମାଂଶୁ ବେହେରା, ପ୍ରଶାନ୍ତ କୁମାର ଜେନା ସମେତ ତୁମୁଡ଼ିବନ୍ଧ ସାମ୍ବାଦିକ ସଂଘ ସଭାପତି ପବିତ୍ର ଦିଗାଲ, ଦାରିଙ୍ଗବାଡି ବ୍ଲକ ପ୍ରେସ କ୍ଲବ ସଭାପତି ପ୍ରେମ ଚାନ୍ଦ ସିଂ ପ୍ରମୁଖ ଘୋର ନିନ୍ଦା କରିଛନ୍ତି।

Exit mobile version