Site icon Awaj Media

ଚାନ୍ଦପୁର ଠାରୁ ଏନଏଚ ୧୬ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ।

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଠାରୁ ଏନ ଏଚ ୧୬ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ । ଚାନ୍ଦପୁର ଅଞ୍ଚଳ ଯେଉଁଠାରେ କି ଓଡ଼ିଶା ର ପ୍ରଥମ ଯକ୍ଷ୍ମା ଡାକ୍ତରଖାନା ସ୍ଥାପିତ ହୋଇଥିଲା ଯାହାକି ବର୍ତ୍ତମାନ ଜିଲ୍ଲା ର କୋଭିଡ ଡାକ୍ତରଖାନା ଅଟେ । ଚାନ୍ଦପୁର ଠାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାତ୍ର ଦୁଇ କିଲୋମିଟର କିନ୍ତୁ ଚାନ୍ଦପୁର ମେଡିକାଲ କୁ ଦୁଇ ଜିଲ୍ଲା ର ଶହ ଶହ ଲୋକ ନିର୍ଭର କରି ଚଳନ୍ତି । ଚାନ୍ଦପୁର ଅଞ୍ଚଳ ବି ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ । ଡ଼ାକ୍ତରଖାନା କୁ ହେଉ କିମ୍ବା ବ୍ୟବସାୟ କରିବାକୁ ହେଉ ଏହି ରାସ୍ତା ଦେଇ ଦୈନିକ ଶହଶହ ଗାଡି ମୋଟର ଯାତାୟାତ ହୋଇଥାଏ କିନ୍ତୁ ରାସ୍ତା ଅବସ୍ଥା ଏପରି କି ଭଲ ଲୋକ ବି ରୋଗୀ ହୋଇ ଘରକୁ ଫେରିଥାଏ। ଖାଲ ଖମା ରାସ୍ତା ସହିତ ଟିକିଏ ବର୍ଷା ହେଲେ ଆଣ୍ଠୁଏ ପାଣି ।

ଏହି ରାସ୍ତା ଉପରେ ଦୈନନ୍ଦିନ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ନେତା ମନ୍ତ୍ରୀ ଯିବା ଆସିବା କରୁଛନ୍ତି କିନ୍ତୁ ରାସ୍ତା ଉପରେ ନଜର ନଦେଇ ଅଣଦେଖା କରି ପଳାଇ ଯାଉଛନ୍ତି । ଲୋକ ମାନଙ୍କ ଠାରୁ କଣ ମିଳିବ ବାବୁ ମାନେ ତ ଏସି କାରରେ ଯାଉଛନ୍ତି । ବାରମ୍ବାର ଅଭିଯୋଗ ପରେ ବିଭାଗୀୟ କତୃପକ୍ଷ କିଛି ବାଟ ରାସ୍ତା ମରାମତି କରି ଛାଡ଼ିଦେଲେ କିନ୍ତୁ ଯେତିକି ବି ମରାମତି କରାଗଲା କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ରାସ୍ତା ଅବସ୍ଥା ପୁର୍ବ ରାସ୍ତା ଠାରୁ ବି ଅଧିକ ଶୋଚନୀୟ ହୋଇପଡିଛି । ବର୍ତମାନ ଏହି ରାସ୍ତା ଉପରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଅଘଟଣ ଘଟିବାରେ ଲାଗିଛି । ଜନସାଧାରଣ ଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ରାସ୍ତା ର ପୁନଃ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଯୋର ଧରିଛି । ଜନସାଧାରଣ ଙ୍କ ଦେଖିବାକୁ ବାକି ରହିଲା ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗୁଛି ।

Exit mobile version