Site icon Awaj Media

ଏନ୍ ଟି ପି ସି ମେନ୍ ଗେଟ ଆଗରେ ମୃତ ଶରୀରକୁ ରଖି ଧାରଣା ।

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନ୍ ଟି ପିସି ପ୍ଲାଣ୍ଟ (ବିଏମ୍ଡି) ଡିପାଟମେଣ୍ଟ ରେ ଲେବର ଭାବେ କାର୍ଯ୍ୟ କରୁଥିଲେ ପ୍ରହ୍ଲାଦ ବେହେରା । ବୟସ ୫୮ ବର୍ଷ ଗ୍ରାମ-ରାସୋଳ ଥାନା- ହିନ୍ଦୋଳ ଜିଲ୍ଲା ଢେଙ୍କାନାଳ । ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇ ଯାଇଥିଲା ବେଳେ ତାଙ୍କୁ ପ୍ରଥମେ ଏନ୍ ଟି ପି ସି ମେଡ଼ିକାଲ କୁ ଆଣିଥିଲେ । କିନ୍ତୁ ଅବସ୍ଥା ସଂକଟଜନକ ହେବାରୁ କିମ୍ସ ଘରୋଇ ମେଡିକାଲକୁ ରେଫର କରିଥିଲେ । କିନ୍ତୁ ସେଠାରେ କିମ୍ସ ମେଡ଼ିକାଲ ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବୁଧବାର ଦିନ ପ୍ରହ୍ଲାଦ ବେହେରାଙ୍କ ମୃତ ଶରୀରକୁ ଆଣି ଏନ୍ ଟି ପି ସି ମେନ୍ ଗେଟ ଆଗରେ ପରିବାର ପକ୍ଷରୁ ୩ ଲକ୍ଷ ୫୦ ହଜାର ଟଙ୍କା ଓ ଗୋଟିଏ ଚାକିରୀ ପାଇଁ ଦାବି ନେଇ ଧାରଣା ଦେଇଥିଲେ । ଆଜି ଦିନ ୧୧ ଘଟିକା ସମୟରେ କଣିହାଁ ତହସିଲ କାର୍ଯ୍ୟାଳୟ ରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଣିହାଁ ତହସିଲର ଅତିରିକ୍ତ ତହସିଲଦାର ,ଭାରପ୍ରାପ୍ତ ଥାନା ଅଧିକାରିଣୀ ଏନ୍ ଟି ପି ସି, ବିଜୁଗୋଳ ସରପଞ୍ଚ, କମରେଇ ସରପଞ୍ଚ, ସମାଜସେବୀ ଶାନ୍ତିଲତା ବେହେରା,ଏନ୍ ଟିପିସିର ପ୍ରତିନିଧି ତଥା ମୃତ କର୍ମଚାରୀଙ୍କ ଧର୍ମ ପତ୍ନୀ ଉପସ୍ଥିତ ଥିଲେ । ବୈଠକର ନିଷ୍ପତ୍ତି କ୍ରମେ ମୃତ ପରିବାରଙ୍କୁ ୧ ଲକ୍ଷ ୫୦ହଜାର ଟଙ୍କା ସମସ୍ତ ପ୍ରକାର କାଗଜପତ୍ର ପଇଠ କଲେ ମିଳିବ । ତେବେ ଅନ୍ତିମ ସଂସ୍କାର ବାବଦକୁୁ ୫୦ହଜାର ଟଙ୍କା ଦେବା ସହିତ ତାଙ୍କ ପତ୍ନୀ ସୁମିତ୍ରା ବେହେରାଙ୍କୁ ଏନ୍ ଟି ପିସି ମେଡ଼ିକାଲ ରେ ଗୋଟିଏ ମେଣ୍ଟନାସ୍ ଚାକିରୀ କଣ୍ଟ୍ରାକ୍ଟର ଅଣ୍ଡରରେ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଧାରଣାରୁ ହଟିଥିଲେ ।

Exit mobile version