Site icon Awaj Media

ଅହେତୁକ ଦରବୃଦ୍ଧି ପ୍ରତିବାଦ : ନୟାଗଡରେ କମ୍ୟୁନିଷ୍ଟ ଦଳ ପକ୍ଷରୁ ବିକ୍ଷୋଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦେଶ ତଥା ରାଜ୍ୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କମ୍ୟୁନିଷ୍ଟ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ସମୟରେ , ଆଜି ନୟାଗଡ ଜିଲ୍ଲା ସିପିଆଇ (ଏମ୍ଏଲ) ଏକ ଶୋଭାଯାତ୍ରାରେ ବାହାରି ଦିନ ବାରଟା ପର୍ଯ୍ୟନ୍ତ ଜାତୀୟ ରାଜପଥ କୁ ଅବରୋଧ କରିବା ସହିତ ସହରର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା।

ଏହି ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ ସମର୍ଥନ କରିଥିବା ଜିଲ୍ଲା ସଭାପତି ଆଇନଜୀବି ରଞ୍ଜିତ ଦାସ ପ୍ରକାଶ କରିଛନ୍ତି । କେନ୍ଦ୍ର ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଲଗାତାର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶବାସୀଙ୍କ ଉପରେ ଦରବୃଦ୍ଧି ର ବୋଝ ଲଦି ହେଉଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଞ୍ଜିତ ଦାସ ପ୍ରକାଶ କରିଥିଲେ । ସିପିଆଇ (ଏମ୍ଏଲ) ନେତା ବିଶ୍ଵନାଥ ମହାପାତ୍ର ଙ୍କ ନେତୃତ୍ୱରେ କର୍ମୀମାନେ ଆନ୍ଦୋଳନ ରେ ଯୋଗ ଦେଇ ଦରଦାମ୍ ବୃଦ୍ଧି ର ପ୍ରତିବାଦ କରିଥିଲେ ।

Exit mobile version