Site icon Awaj Media

ରାଷ୍ଟ୍ରୀୟ ଏକତା ପରିଷଦ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାର ମାଧ୍ୟମରେ ଦାବିପତ୍ର ପ୍ରଦାନ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ ରାଷ୍ଟ୍ରୀୟ ଏକତା ପରିଷଦ ପକ୍ଷରୁ ଆଦିବାସୀ ଦଳିତ ନିଷ୍ପେସିତ ମାନଙ୍କୁ କେନ୍ଦ୍ର ତଥା ରାଜ୍ୟ ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରଦାନ କରିବା ନେଇ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦେଶର ସମସ୍ତ ପ୍ରଦେଶରେ ଥିବା ତହସିଲଦାରଙ୍କୁ ରାଷ୍ଟ୍ରୀୟ ଏକତା ପରିଷଦ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରିଥିବା ବେଳେ ଏ ନେଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଦାରିଙ୍ଗବାଡ଼ି ରାଷ୍ଟ୍ରୀୟ ଏକତା ପରିଷଦର ଏହି କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ବ୍ଲକର ରାଜ୍ୟ ସମ୍ପାଦକ କୁଶନାଥ ପ୍ରଧାନ, କୁଇକୁଳ ସମିତିର ସଭାପତି ଅଜୟ ଚନ୍ଦ୍ର ପଡ୍ରା, ପ୍ରଶାନ୍ତ ପ୍ରଧାନ, ନିବୋଧ ପ୍ରଧାନ, ରସେନ୍ତ ପ୍ରଧାନ, ପୂର୍ବତନ ସମିତି ଅଧ୍ୟକ୍ଷ ଜୁନସ ପ୍ରଧାନ, ନିରଜ ପ୍ରଧାନ, ତପନ ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଉପସ୍ଥିତ ରହି ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

Exit mobile version