Site icon Awaj Media

ସୁକିନ୍ଦା ବାଟମଙ୍ଗଳା ଛକ ନିକଟରେ ଦୁର୍ଘଟଣା ରେ ବାଇକ ଆରୋହୀ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବାଟମଙ୍ଗଳା ଛକ ନିକଟରେ ଟ୍ରକ ସହିତ ବାଇକ ଧକ୍କା . ଦୁର୍ଘଟଣା ରେ ବାଇକ ଆରୋହୀ ଗୁରୁତର । ସୂଚନା ମୁତାବକ ଟମକା ସ୍ଥିତ ପାଟବାଲି ଗ୍ରାମର ଉମାକାନ୍ତ ମହାନ୍ତ ନିଜ ବାଇକ ଯୋଗେ ସୁକିନ୍ଦା ମୁଖ୍ୟ ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ଏକ ଟ୍ରକ ସହିତ ସୁକିନ୍ଦା ବାଟମଙ୍ଗଳା ଛକ ସ୍ଥିତ 53 ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣାରେ ବାଇକ ଆରୋହି ଉମାକାନ୍ତ ମହାନ୍ତ ଗରୁତର ଆହତ ଅବସ୍ଥାରେ ରାସ୍ତାରେ ପଡି ରହିଥିବା ବେଳେ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଉମାକାନ୍ତଙ୍କୁ ନିଜ ଗାଡ଼ିରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇବା ପରେ ଉମାକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ରାସ୍ତାରେ ପଡି ରହିଥିବା ଉମାକାନ୍ତଙ୍କୁ ସ୍ଥାନୀୟ ପୋଲିସ ଯେପରି ତୁରନ୍ତ ସହଯୋଗ କରି ସୁକିନ୍ଦା ମେଡିକାଲ ଆଣି ଭର୍ତ୍ତି କରେଇଥିଲେ ସେଥିପାଇଁ ସ୍ଥାନୀୟ ପୋଲିସର ଏପରି ସେବା କାର୍ଯ୍ୟକୁ ସାଧୁବାଦ ମିଳିଛି ।

Exit mobile version