ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ ପ୍ରଭୃତି ସମସ୍ୟା ପ୍ରତିବାଦରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଟିପିଏସଓଡ଼ିଏଲ ଟାଟା ପାୱାର ଦକ୍ଷିଣ ଓଡିଶାରେ ବିଦ୍ୟୁତ ବଣ୍ଟନ ଲିମିଟେଡ଼ର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲା ଭାଜପା ର ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଦଳୀୟ ନେତା ଓ କର୍ମୀ ମାନେ ଏକ ପଟୁଆରରେ ଆସି ଟିପିଏସଓଡ଼ିଏଲ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଭାଜପା ପକ୍ଷରୁ କୁହାଯାଇଛି ଯେ , କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ସାଧାରଣ ଜନତାଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡା ସଦୃଶ । ଗତ ଏପ୍ରିଲ ୪ ତାରିଖ ‘ରୁ ବିଦ୍ୟୁତ ବିଲ ରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଶୋଷଣ କରି ଚାଲିଛନ୍ତି । ଏମିତି କି ସେବା କମ ଟିକସ ଅଧିକ ନୀତି ଆପଣାଇଛନ୍ତି ରାଜ୍ୟ ସରକାର। ।
ତେଣୁ ତୁରନ୍ତ ବିଦ୍ୟୁତ ଦର ହ୍ରାସ କରିବା ସହ ଓଡ଼ିଶାର ସାଧାରଣ ଜନତାଙ୍କୁ ନିରଵଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବୀ କର ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଇଂ.ଗଙ୍ଗା ଗୌରୀ ପ୍ରସାଦ ପଟନାୟକଙ୍କ ମାଧ୍ୟମରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଭାଜପା ର ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ଉପସଭାପତି ଜଗନ୍ନାଥ ମହାପାତ୍ର , ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅରୁଣୀମା ସାହୁ , କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ , ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଜେନା , ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସିଦ୍ଧେଶ୍ୱର ମିଶ୍ରଙ୍କ ସମେତ ଦଳର ବରିଷ୍ଟ ନେତା , ଶ୍ରୀମତୀ ପି: ଲତା , ଶ୍ରୀମତୀ ଭାରତୀଆମ୍ମା , ଜମିଦାର ପଟନାୟକ , ଶରତ କୁମାର , ବାବୁନା ବେହେରା ଓ ଜି. ସିଦ୍ଧେଶ୍ୱର ପ୍ରମୁଖ ଯୋଗ ଦେଇଥିଲେ ।

