Site icon Awaj Media

ଓଡ଼ଗାଁ ଶ୍ରୀ ରଘୁନାଥ ମନ୍ଦିର ପରିସର ରେ ଚାରାବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ଗାଁ ଶ୍ରୀ ରଘୁନାଥ ମନ୍ଦିର ପରିସର ରେ ଚାରାବଣ୍ଟନ କାର୍ଯ୍ୟକ୍ରମ . ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ,ଇଟାମାଟି ଏବଂ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ତରଫରୁ ଆଜି ସକାଳ ୯ ଘଟିକା ସମୟରେ ଶ୍ରୀ ରଘୁନାଥ ମନ୍ଦିର ପରିସରରୁ ଚାରାବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସମାଜସେବୀ ବସନ୍ତ କର, ସନ୍ତୋଷ କୁମାର ମିଶ୍ର, ବିଭୁତିଭୂଷଣ ସାହୁ, ବସନ୍ତ କୁମାର ସାହୁ, ଖଣ୍ଡପଡାର ସମାଜସେବୀ ବିନୋଦିନୀ ମହାନ୍ତି ଏବଂ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ବ୍ଲକ ସଭାପତି ବିଦ୍ୟାଧର ଦାଶ, ସଂପାଦକ ଭାଗିରଥି ଜେନା, ମହିଳା ଶାଖା ସଭାନେତ୍ରୀ ଜଲି ଦାଶ, ଉପ-ସଭାନେତ୍ରୀ ରାଜଲକ୍ଷ୍ମୀ ସେନାପତି, ସଂପାଦିକା ନମିତା ଜେନା ଓ ନଳିନୀ ସାହୁ, ଶାନ୍ତିଲତା ଜେନା, କ୍ଷେତ୍ରବାସୀ ଜେନା, ମାଳତି ସାହୁ, ବବିତା ବେହେରା ଓ ଲକ୍ଷ୍ମୀ ଜେନା ପ୍ରଭୃତି କର୍ମକର୍ତ୍ତା ଯୋଗ ଦେଇଥିଲେ ।

ପ୍ରତି ଘରକୁ ଘର ବୁଲି ଉଭୟ ଅନୁଷ୍ଠାନ ପକ୍ଷରୁ ଅଅଁଳା, ଲେମ୍ବୁ, ଡାଳିମ୍ବ, ପିଜୁଳି ଆଦି ଚାରାବଣ୍ଟନ କରାଯାଇଥିଲା । ପବ୍ଲିକ ରାଇଟସ ଆସୋସିଏସନର ରାଜ୍ୟ ଉପଦେଷ୍ଟା ଯଶୋବନ୍ତ ପଟ୍ଟନାୟକ ଏବଂ ପଲିଟିକାଲ ସର୍କସର କଳାକାର ରବୀନ୍ଦ୍ର ରାଉତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଚାରାବଣ୍ଟନ କରିଥିଲେ । ସମଗ୍ର ଓଡ଼ଗାଁ ଅଞ୍ଚଳରେ ଉକ୍ତ କାର୍ଯ୍ୟକ୍ରମ ଦଶଦିନ ଧରି ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

Exit mobile version