ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଦିନ କୁ ଦିନ ତୀବ୍ର ହେବାରେ ଲାଗିଛି ଭାପୁର ବ୍ଲକର ଅଧକ୍ଷା ଏବଂ ଉପାଧ୍ୟକ୍ଷ ବିବାଦ . ନିର୍ବାଚିତ ହେବା ପରଠାରୁ ଲଗାତାର ବ୍ଲକ କାର୍ଯ୍ୟାଳୟରେ ଉପେକ୍ଷିତ ହେଉଥିବାର ଅଭିଯୋଗ ଆଣି ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ବିଗତ ଦିନରେ ଫତେଗଡ ଥାନାରେ ଅଭିଯୋଗ କରିଥିଲେ . ଏପରିକି ଉପଧାକ୍ଷ ଗୟାଧର ପରିଡା ବ୍ୟାପକ ଦୁର୍ନୀତି କାମରେ ଲିପ୍ତ ଥିବାର ଗଣମାଧ୍ୟମ ଆଗରେ ବୟାନ ଦେଇଥିଲେ . ଘଟଣାର ରାଜନୈତିକ ପ୍ରତିକ୍ରିୟା ସ୍ୱରୂପ ପଞ୍ଚାୟତ ସମିତିର ଅନ୍ୟ ସଦସ୍ୟ ମାନେ ତାଙ୍କ ବିରାଧରେ ଅନାସ୍ଥା ଆଗତ ପାଇଁ ନୟାଗଡ ଉପ-ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ . ଅନ୍ୟ ପକ୍ଷରେ ବ୍ଲକ ରେ ଅଧ୍ୟକ୍ଷା ଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀ ତାଲା ପଡି ରହିଥିବାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ଅଧ୍ୟକ୍ଷା ଙ୍କ ସମର୍ଥକ .
ରାଜ୍ୟର ବିଭିନ୍ନ ଦଳିତ ସଂଗଠନର ସଦସ୍ୟ ଏବଂ ମୁଖ୍ୟ ମାନେ ବ୍ଲକ ଅଧ୍ୟକ୍ଷାଙ୍କୁ ନୈତିକ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି . ଆଉ ଏକ ନୂଆ ଘଟଣା କ୍ରମରେ ରାଜନୈତିକ ହୀନ ଉଦ୍ଦେଶ୍ୟ ଏବଂ ଆକ୍ରୋଶ ମୂଳକ ଭାବେ ତାଙ୍କ ବିରୋଧରେ ଅନାସ୍ଥା ଆଣିଥିବା 16 ଜଣ ପ୍ରତିନିଧିଙ୍କ ନାମରେ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ଅନୁଯାୟୀ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି ଶାନ୍ତିଲତା ବେହେରା l ଘଟଣାଟି ଦିନ କୁ ଦିନ ଜଟିଳ ହେଉଥିବା ସମୟରେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୁଲିସ ର ନିଷ୍କ୍ରିୟତା କୁ ନେଇ ଆଲୋଚନା ଜୋରଦାର ହେଉଛି . ତେବେ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଆମ୍ବେଦକର ବିଚାର ମଞ୍ଚର ରାଜ୍ୟ ସଭାପତି ଶ୍ରୀ ଦେବରାଜ ନାୟକ l

