Site icon Awaj Media

ପ୍ରତିଲିପି ମଞ୍ଚ ତରଫରୁ ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଆର ପ୍ରତିଲିପି ମଞ୍ଚରେ କାହାଣୀ ବିଭାଗରେ ଲକ୍ଷ ଲକ୍ଷ ପାଠକ / ପାଠିକାଙ୍କ ମନ ଜିଣି ଓଡିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ପ୍ରତିଲିପି ମଞ୍ଚ ତରଫରୁ ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି . ସେ ପ୍ରତିଲିପି ଓ ଅଗଣିତ ପାଠକ / ପାଠିକା ତଥା ଶୁଭେଛୁ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ତ୍ରିପାଠୀ ସହକାରୀ ଯନ୍ତ୍ରୀ ରୂପେ ଗଜପତି ଜିଲ୍ଲାର ଗୁମ୍ମା ବ୍ଳକରେ ଅବସ୍ଥାପିତ । ପୁର୍ବରୁ ତାଙ୍କର ଦୁଇଟି ପୁସ୍ତକ ପ୍ରକାଶିତ ଓ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହୋଇଥାଏ ।

Exit mobile version