Site icon Awaj Media

ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କ ପିତୃ ବିୟୋଗ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସଂଗ୍ରାମ କେଶରୀ ସାହୁ ଙ୍କ ପିତା ସୁବାସ ସାହୁ ଙ୍କ ପରଲୋକ ଘଟିଛି . ସ୍ୱର୍ଗତ ସାହୁ ବିସିସି ବ୍ୟାଙ୍କ ର ମ୍ୟାନେଜର ହିସାବରେ କାର୍ଯ୍ୟ ନିର୍ବାହ କରି ଅବସର ନେଇଥିଲେ । ସେ ବ୍ୟାଙ୍କ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମଧ୍ୟ କଂଗ୍ରେସ ଦଳ ପରିଚାଳନା ଉପରେ ସଂପୂର୍ଣ୍ଣ ନଜର ରଖିବା ସହିତ ସଂପୂର୍ଣ୍ଣ ରୁପେ କଂଗ୍ରେସ ଦଳରୁ ଅତି ଭଲ ପାଉଥଲେ , ତାଙ୍କ ପରଲୋକ ଗମନ ଖବର ଶୁଣି , ମୋହନା ବିଧାୟକ ଦାସରଥି ଗମାଙ୍ଗ, ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ପାରଳାଖେମୁଣ୍ଡି ପୈରାଧକ୍ଷ ସଂଜୟ ଅଧିକାରୀ, ରାଜା ପାତ୍ର , ପୂର୍ବତନ କାଉନସିଲର ତ୍ରିନାଥ ପାତ୍ର ପ୍ରମୁଖ ପାରଳାଖେମୁଣ୍ଡି କଂଗ୍ରେସ ଦଳ ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି !

Exit mobile version