Site icon Awaj Media

ନ୍ୟୁଜ ଓଡ଼ିଆ ୱେବ୍ ଚାନେଲର ଶୁଭ ଉଦଘାଟନ !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନ୍ୟୁଜ ଓଡ଼ିଆ ୱେବ୍ ଚାନେଲର ଶୁଭ ଉଦଘାଟନ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧୀନସ୍ଥ ପ୍ରୀତିପୁର ଠାରେ ଏକ ନୂତନ ୱେବ ଚ୍ୟାନେଲର ଶୁଭ ଉଦଘାଟନ ହୋଇଯାଇଛି । ପ୍ରାରମ୍ଭରେ କାର୍ଯ୍ୟାଳୟର ପୂଜନ କର୍ମ ପରେ ଦ୍ଵିତୀୟ ପର୍ଯ୍ୟାୟରେ ଖରସ୍ରୋତା ପ୍ରେସ କ୍ଲବ୍ର ସମ୍ପାଦକ ତଥା ଯୁବ ସାମ୍ବାଦିକ ରାଣା ପ୍ରତାପ ମହାପାତ୍ର କାର୍ଯ୍ୟାଳୟର ଫିତା କାଟିଥିଲେ । ପବିତ୍ର ବେଦ ଧ୍ୱନି ସହ ଶଙ୍ଖ ଓ ହୁଳହୁଳୀରେ ସ୍ଥାନଟି ମୁଖରିତ ହୋଇ ଉଠିଥିଲା । ତୃତୀୟ ପର୍ଯ୍ୟାୟରେ ଉଦଘାଟନୀ ସଭାର ଆୟୋଜନ କରାଯାଇଥିଲା । ଆୟୋଜିତ ସଭାରେ ଅବସର ପ୍ରାପ୍ତ ଶିକ୍ଷାବିତ ନିର୍ମଳ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିଲେ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ଅନୁଷ୍ଠାନର ସଭ୍ୟା ଶ୍ରୀମତୀ ଗିତାଞ୍ଜଳି ସାହୁ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ । ନ୍ୟୁଜ ଓଡ଼ିଆର ମୁଖ୍ୟ ସମ୍ପାଦକ ରତିଲାଲ ଭୂୟାଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ଡିଏମ ଲତିବ କୁମାର ଓଝା ବିବରଣୀ ପାଠ ସହ ନ୍ୟୁଜ ଓଡ଼ିଆର ଲକ୍ଷ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସଭାପତି ନିର୍ମଳ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ସୂର୍ଯ୍ୟମଣି ମିଶ୍ର ସ୍ଵକୀୟ ବକ୍ତବ୍ୟ ମାଧ୍ୟମରେ ନ୍ୟୁକ୍ ଓଡ଼ିଆକୁ ଶୁଭେଚ୍ଛା ଜଣାଇବା ସହ ଏହା ଦିନେ ସମାଜର ଆଲୋକ ବର୍ତ୍ତିକା ହେବ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମଲିକ ନିଜ ବ୍ୟକ୍ତବ୍ୟରେ ଏ ଅନୁଷ୍ଠାନ ଭବିଷ୍ୟତରେ ୱେବ୍ ଚ୍ୟାନେଲରୁ ନ୍ୟୁଜ ଚ୍ୟାନେଲରେ ପରିଣତ ହେବ ବୋଲି ପ୍ରକାଶ କରିବା ସହ , ନ୍ୟୁଜ ଓଡ଼ିଆ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଖରସ୍ରୋତା ପ୍ରେସ କ୍ଲବ୍ର ସମ୍ପାଦକ ରାଣାପ୍ରତାପ ମହାପାତ୍ର ଆଜିର ଦିନରେ ଏହିପରି ସଂସ୍ଥାର ଆବଶ୍ୟକତା ଅଛି ଓ କାମଳ ସାମ୍ବାଦିକତାକୁ ଛାଡି ଏହା ସତ୍ୟର ସନ୍ଧାନ କରିବ ବୋଲି କହିଥିଲେ ।

Exit mobile version