Site icon Awaj Media

ଦ୍ୱିତୀୟ ଓଡ଼ିଶା ଯୁବ ସ୍ୱେଚ୍ଛାସେବୀ ଭାବେ ନୟାଗଡ ର ଶୁଭାଶିଷ ମିଶ୍ର ଙ୍କୁ ଭୁବନେଶ୍ୱରରେ ସମ୍ବର୍ଦ୍ଧନା ।

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓସ୍ତିଆ ଗ୍ରାମର ପୂର୍ବତନ ଗଣିଆ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କ ସାନ ପୁଅ ଶୁଭାଶିଷ ମିଶ୍ର ଙ୍କୁ ଭୁବନେଶ୍ଵର ଠାରେ କାଞ୍ଚନ ଫାଉଣ୍ଡେସନ ତରଫରୁ ଦିତୀୟ ଓଡ଼ିଶା ଯୁବ ସ୍ଵେଚ୍ଛାସେବୀ ସମ୍ମାନ -୨୦୨୧ ରେ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି , ସମ୍ମାନିତ ଅତିଥି ଭାବେ କ୍ୟାନ୍ସର ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସୁଚିଶ୍ମିତା ପୃଷ୍ଟି ଯୋଗଦେବା ସହିତ କାଞ୍ଚନ ଫାଉଣ୍ଡେସନ ର ସଭାପତି ରଞ୍ଜନ କୁମାର ମହାପାତ୍ର, ସେକ୍ରେଟାରୀ ତାପସ ରଞ୍ଜନ ମଲ୍ଲିକ ଯୋଗଦେଇ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ସ୍ୱେଚ୍ଛାସେବି ମାନଙ୍କୁ ସମ୍ମାନିତ କରିଥିଲେ .

ଶୁଭାଶିଷ ମିଶ୍ର ସଂସ୍କୃତ ରେ ସ୍ନାତକ ସାରିବା ପରେ ବର୍ତ୍ତମାନ ସେ ଗ୍ରାମୀଣ ବିକାଶ ଉପରେ ପିଜି ଅଧ୍ୟୟନ ଜାରି ରଖିଛନ୍ତି । ସେ ୨୦୦୯ ମସିହା ଠାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଙ୍ଗଠନରେ ଯୋଡ଼ି ହୋଇ ସମାଜ ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ, ନେତୃତ୍ଵ ବିକାଶ କରିବା ସହିତ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ସମସ୍ୟା ର ସମାଧାନ,ସୁରକ୍ଷା ଓ ରୋଜଗାର ଦାବିରେ ଅନେକ ସମୟ ପ୍ରଦାନ କରି ବର୍ତ୍ତମାନ ଜିଲ୍ଲା କଳାମଞ୍ଚ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି, ନୟାଗଡ଼ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସଂଗଠନ ରେ ଦୁଇବର୍ଷ , ଗଣିଆ ଯୁବ ସ୍ୱଚ୍ଛାସେବି ଦାୟିତ୍ଵ ନେଇ ବିଭିନ୍ନ ଯୁବ ୟୁଥ୍ କ୍ଳବ୍ ମାନଙ୍କ ସହିତ ଯୋଡ଼ିହୋଇ ପରିବେଶ ସଫେଇ, ସାଂସ୍କୃତିକ କଳା, ଭାଷଣ କଳା, ସାଇକେଲ ମାରାଥନ, ଯୁବଶକ୍ତି ବିକାଶ କରିବା ସହିତ ନୂତନ କ୍ଲବ ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରାଥମିକ ସଦସ୍ୟ ସହ ବିର ସାବରକର ଶାଖାର କର୍ଯ୍ୟବାହ ଦାୟିତ୍ଵ ତୁଲାଉଛନ୍ତି । ବ୍ଲକ ର ଅନେକ ଜାଗାରେ ପହଞ୍ଚି ଯୋଗ ଶିଖାଇବା ସହିତ ଯୋଗ ଉପକାରୀ ବାର୍ତ୍ତା ପ୍ରଦାନ କରୁଛନ୍ତି । ସୁଭାଶିଷ ଙ୍କୁ ବେହି ସମ୍ମାନ ମିଳିନ ପରେ ତାଙ୍କ ଆତ୍ମୀୟ ସ୍ୱଜନ ଏବଂ ସହକର୍ମୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି .

Exit mobile version