Site icon Awaj Media

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଅନାଥ ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନୟାଗଡ ପାଣିପୋଇଲା ଅନାଥ ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ NCC – 11 ର ସହଯୋଗ ରହିଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଅନନ୍ୟା ଫାଉଣ୍ଡେସନ ସଦସ୍ୟଙ୍କ ତରଫରୁ ଆଶ୍ରମରେ ରହୁଥିବା ପିଲା ମାନଙ୍କ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ଓ ପରେ ଆଶ୍ରମର ଅନ୍ତେବାସୀଙ୍କ ସହ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନେ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ସୂଚନାଯୋଗ୍ୟ ଯେ , ଗତ କିଛି ସପ୍ତାହ ଧରି ଅନନ୍ୟା ଫାଉଣ୍ଡେସନ ତରଫରୁ ବିଭିନ୍ନ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ଖାଦ୍ୟ ବଣ୍ଟନ ଜାରି ରହିଛି । ପୂର୍ବ ସପ୍ତାହରେ ଅନୁଷ୍ଠାନ ତରଫରୁ ପଥରା ଓ ସୁନାଖଳା ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଆଗାମୀ ସପ୍ତାହ ଗୁଡିକରେ ନୟାଗଡ଼ର ସମସ୍ତ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version