Site icon Awaj Media

କରୋନା ସଚେତନଚା ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କରୋନା ସଚେତନଚା ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ . ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଲୋକ ବିକାଶ ଫାଉଣ୍ଡେସନ ଏବଂ ସାପ୍ତାହିକ ଖବର କାଗଜ ଭୋକିଲାପେଟ ତରଫରୁ କରୋନାର ତୃତୀୟ ଲହର ର ଭୟାବହତାକୁ ଦୃଷ୍ଟିରେ ରଖି ତୁଳସୀପୁର ବଜାର ଛକରେ ତୁଳସୀପୁରର ରଂଗଣୀସାହି ଯୁବ ସାଂସ୍କୃତିକ ପରିଷଦ ଆବାହକତ୍ବରେ କରୋନା ସଚେତନତା ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଉକ୍ତ କାର୍ଯ୍ୟକ୍ରମରେ ଡାକବାଜି ଯନ୍ତ୍ର ଦ୍ବାରା କରୋନା ସଂବନ୍ଧୀୟ ସଚେତନତା ବାର୍ତା ପ୍ରଚାର କରାଯାଇଥିଲା । ଭୋକିଲାପେଟର ସଂପାଦକ ତଥା ଲୋକ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ଚନ୍ଦ୍ର ନାୟକ, ସମାଜସେବୀ ନାରାୟଣ ଜେନା , ମନୋଜ କୁମାର ସାହୁ, ସୁଦର୍ଶନ ସାହୁ, ଉ୍ରମରବର ରାଉତ, ଅଇଁଠ ଦାସ, ଅନାମ ସାହୁ,ଦୀନବଂଧୁ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ପଥଚାରୀ, ବାହନ ଆରୋହୀ , ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀ ମାନକୁଂ ୨୦୦ରୁ ଉର୍ଧ ମାସ୍କ,ସାନିଟାଇଜର ଏବଂ ଲିଫ୍ଲେଟ ଆଦି ବଣ୍ଟନ କରିଥିଲେ। କରୋନାକୁ ମୁକାବିଲା କରିବାରେ ଭୋକିଲାପେଟର ଏପରି ମହତ୍ କାର୍ଯ୍ୟକୁ ଭୁବନେଶ୍ବର ସ୍ଥିତ ଉତ୍କଳ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସର ନିର୍ଦେଶକ ତଥା ଖ୍ୟାତନାମା କର୍କଟ ବିଶେଷଜ୍ଞ ପ୍ରଫେଶର ଡାକ୍ତର ବିରେନ୍ଦ୍ର କିଶୋର ଦାଶ ଭୁୟସୀ ପ୍ରଶଂସା କରିଥିଲେ।

Exit mobile version