Site icon Awaj Media

ବାଙ୍କୀ ର ବରପୁତ୍ର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କୁ ପୂଣ୍ୟତିଥିରେ ଶ୍ରଦ୍ଧା ସୁମନ !

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ପୂଣ୍ୟତିଥିରେ କବିଚନ୍ଦ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ . ଓଡ଼ିଆ ଭାଷା ସାହିତ୍ୟ,ସଂସ୍କୃତି ଓ ନୃତ୍ୟ ଜଗତର ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ ଏବଂ ବାଙ୍କୀ ମାଟିର ସୁଯୋଗ୍ୟ ବରପୁତ୍ର କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ପବିତ୍ର ପୁଣ୍ୟତିଥି ଅବସରରେ ଭୁବନେଶ୍ୱର ସ୍ଥିତ ଓଡିଶା ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଅଥିବା ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି କବିଚନ୍ଦ୍ରଙ୍କ ଅମର ପ୍ରତିଭାକୁ ସ୍ମରଣ କରାଯାଇଛି . ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , ଜିଲ୍ଲା ପରିଷଦ ସଦସ୍ୟ ପ୍ରଣବ କିଶୋର ପଟେଲ , ବାଙ୍କୀ ଅଞ୍ଚଳର କିଛି ସାମାଜିକ କର୍ମୀ ଓଡିଶା ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ପହଞ୍ଚି କବିଚନ୍ଦ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ . ଓଡ଼ିଆ ସଙ୍ଗୀତ ନୃତ୍ୟ ଜଗତକୁ କବିଚନ୍ଦ୍ରଙ୍କ ଅବଦାନ ଅତୁଳନୀୟ ହୋଇଥିବା ସମୟରେ ତାଙ୍କର ଅମର କୃତୀ ର ସ୍ମୃତିକୁ ବହନ କରି ବାଙ୍କୀ ମାଟି ଗୌରବାନ୍ୱିତ ଅଟେ .

Exit mobile version