କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନୟକ : ପବ୍ଲିକ ରାଇଟ ଆସୋସିଏସନ୍ ତରଫରୁ ପ୍ରେମୀ ଯୁଗଳଙ୍କ ଅଣ ଜାତି ଭିତ୍ତିକ ବିବାହ . ଆସୋସିଏସନ୍ ର ଉପ ସଭାନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଓ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ପ୍ରମୋଦ ରାଉତ ଙ୍କ ତତ୍ତ୍ଵାବଧାନରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଆସୋସିଏସନ୍ ର ଉପଦେଷ୍ଟା ତଥା କଟକ ଜିଲ୍ଲା ସଂଯୋଜକ ସଂଜିତ ସାମଲ ଓ ଆସୋସିଏସନ୍ ଯୁବ ଗୋଷ୍ଟିର ଉପ ସଭାପତି ତଥା ଏଇତ ଜୀବନ ର ପ୍ରତିଷ୍ଠାତା ପ୍ରିୟବ୍ରତ ପଟ୍ଟନାୟକ।
ରାଜ୍ୟ ସାଧାରଣ ସମ୍ପାଦକ ଶିବାଶିଷ ମିଶ୍ର, ମହିଳା ଶାଖା ସମ୍ପାଦିକା ବେବୀ ବେହେରା,କଟକ ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ରଶ୍ମିତା ମିଶ୍ର,ଉପସଭାନେତ୍ରୀ ଲୋପାମୁଦ୍ରା ମିଶ୍ର, ସାଧାରଣ ସମ୍ପାଦିକା ଗୀତାଞ୍ଜଳି ବେହୁରା, କଟକ ଜିଲ୍ଲା ସେକ୍ରେଟାରୀ ମନୋଜ ସାହୁ, କଟକ ଜିଲ୍ଲା ଆଇନ ବିଭାଗ ସାଧାରଣ ସମ୍ପାଦକ ରଶ୍ମି ସ୍ୱାଇଁ ଏହି କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ,ଆଇନ ବିଭାଗର ରାଜ୍ୟ ସମ୍ପାଦକ ପବିତ୍ର ରଥ,ଲେବର ବିଭାଗର ଉପ ସଭାପତି ସୁମନ୍ତ ସ୍ୱାଇଁ,ମହିଳା ଶାଖା ରାଜ୍ୟ ସମ୍ପାଦିକା ଶ୍ୱେତପଦ୍ମା ପଟ୍ଟନାୟକ,ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଉପସଭାପତି ବିପିନ ବିଶ୍ଵାଳ,ଉମେଶ ପରିଡ଼ା, ଇତିଶ୍ରୀ ପ୍ରଧାନ, ସ୍ଵେତଳିନା ପଣ୍ଡା, ସୁଶ୍ରୀ ଶ୍ୟାମା ମହାନ୍ତି,ସସ୍ମିତା ମହାପାତ୍ର, ସଂଯୁକ୍ତା ଶତପଥୀ, ସ୍ୱପନ କୁମାର ମିଶ୍ର, ସୁଜିତ୍ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ।

