Site icon Awaj Media

କେନ୍ଦ୍ରାପଡା ଘଟଣାକୁ ନେଇ ନରସିଂହପୁର ରେ ତାତି : ସାମ୍ବାଦିକଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ !!!

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କେନ୍ଦ୍ରାପଡା ଘଟଣାକୁ ନେଇ ନରସିଂହପୁର ରେ ତାତି . କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ସାମ୍ବାଦିକଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ . କେନ୍ଦ୍ରାପଡା ଜିଲ୍ଲାରେ ଖବର ସଂଗ୍ରହ କରୁଥିବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ମହିଳା କନେଷ୍ଟବଳ ପିନୁ ନାୟକଙ୍କ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । କେନ୍ଦ୍ରାପଡା ଜିଲ୍ଲାର ସାମ୍ବାଦିକ ମାନେ ଏହାର ଦୃଢ ନିନ୍ଦା କରି ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କୁ ସମର୍ଥନ କରି ବିଭିନ୍ନ ସାମ୍ବାଦିକ ସଙ୍ଘ ଆଗେଇ ଆସିଛନ୍ତି .

କେନ୍ଦ୍ରାପଡା ସାମ୍ବାଦିକଙ୍କୁ ସମର୍ଥନ କରି ପ୍ରତିବାଦ ଜଣାଇବାକୁ ଆଗେଇ ଆସିଛି କଟକ ଜିଲ୍ଲା ନରସିଂହପୁର ସାମ୍ବାଦିକ ସଙ୍ଘ । କେନ୍ଦ୍ରାପଡା ସାମ୍ବାଦିକ ଭୀମସେନ ସେଠୀ ଙ୍କୁ ଆକ୍ରମଣ କରିଥିବା ପିନୁ ନାୟକଙ୍କ ପ୍ରତି ସରକାର ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କୁ ଚାକିରିରୁ ବହିସ୍କୃତ କରାଯିବା ପାଇଁ ଦାବି କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରୁଛି ନରସିଂହପୁର ସାମ୍ବାଦିକ ସଙ୍ଘ । ନରସିଂହପୁର ସାମ୍ବାଦିକ ସଙ୍ଘ ର ସମସ୍ତ ସଭ୍ୟ ସଭ୍ୟା ପ୍ରଥମେ ସଙ୍ଘ କାର୍ଯ୍ୟାଳୟରେ ଏକ ପ୍ରତିବାଦ ସଭା କରିବା ପରେ ଟାଉନ ପରିକ୍ରମା କରି ସାମ୍ବାଦିକ ଏକତାର ସ୍ଲୋଗାନ ଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ ରଖି ଏହି ଘଟଣାର ତୁରନ୍ତ ସମାଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନରସିଂହପୁର ତହସିଲଦାର ଓ ନରସିଂହପୁର ଥାନା ଅଧିକାରୀ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଦୁର୍ବ୍ୟବହାର କରିଥିବା ମହିଳା କନେଷ୍ଟବଳଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏ ବାବଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ଯେଉଁ ନିଷ୍ପତ୍ତି ନେବେ ତାକୁ ନରସିଂହପୁର ସାମ୍ବାଦିକ ସଙ୍ଘ ସମର୍ଥନ କରିବ ବୋଲି କହିଛନ୍ତି ସଙ୍ଘର ସଭାପତି ଦେବୀପ୍ରସାଦ ରଥ ।

Exit mobile version