Site icon Awaj Media

ଆଦର୍ଶ ଶିକ୍ଷକ ସ୍ୱର୍ଗତ ନିତ୍ୟାନନ୍ଦ ସାର ଙ୍କ ସ୍ମୃତିରେ ଚାରାରୋପଣ କାର୍ଯ୍ୟକ୍ରମ !!!

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭଦ୍ରକ ତିହିଡି ଅଞ୍ଚଳର ଆଦର୍ଶ ଶିକ୍ଷକ ସ୍ୱର୍ଗତ ନିତ୍ୟାନନ୍ଦ ଜେନାଙ୍କ ସ୍ମୃତିରେ ତାଙ୍କ ଗ୍ରାମ ତଳଗୋପବିନ୍ଧାର ଗ୍ରାମ୍ୟରାସ୍ତା ଏବଂ ମାଉସୀମା ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ।

କାର୍ଯ୍ୟକ୍ରମରେ ଯୋଗଦାନ କରି . ସାଂପ୍ରତ୍ତିକ ସମୟରେ ଅମ୍ଲଜାନର ଅଭାବକୁ ଦୂରିଭୁତ କରିବା ପାଇଁ ସଭିଏଁ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବାକୁ ସାଳନ୍ଦୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁ ଅନୁରୋଧ କରିଥିଲେ । ଗଛକୁ ନେଇ ସଚେତନ ଧର୍ମି କବିତାକୁ ଆବୃତ୍ତି କରିଥିଲେ ଛାତ୍ରୀ ଆକାଂକ୍ଷା ଦେବସ୍ମିତା ଦାସ । ସାମାଜିକ ଅନୁଷ୍ଠାନ ଗୋପ ସେବା ସମାଜ ତରଫରୁ ଆୟୋଜିତ ଉକ୍ତ ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାବିତ ସମୀର ଜେନା, ସମାଜସେବୀ ନିରଞ୍ଜନ ସାମଲ, ଶିକ୍ଷକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ,ସୁଲେଖିକା ତଥା ଶିକ୍ଷୟିତ୍ରୀ କାମିନୀ କାଞ୍ଚନ ଦାସ, ମୀନାରାଣୀ ଦାସ, ସୁହାନୀ ସମୀରା ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version