Site icon Awaj Media

ଡ୍ରେନ ସମସ୍ୟାର ନେଇ ସି.ଏମ୍.ସି. କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ନିର୍ବାଚନ ମଣ୍ଡଳୀ ଉପକଣ୍ଠ ମହାନଗର ନିଗମ ୫୯ନଂ ୱାର୍ଡ ନୂଆ କାଚେରାମାଳ ଗ୍ରାମ କୈବର୍ତ୍ତସାହି ଯାହାକି ଫୁଲନଖରା ଛକ ପାର୍ଶ୍ୱସ୍ଥ ତଳ ବାଇପାସ୍ ରୋଡରେ ବର୍ଷାଜଳ ନିସ୍କାଷନ ପାଇଁ ଡ୍ରେନ୍ ହୋଇଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି . ଯାହାଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନେଇ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କଟକ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ପରିଷଦ ପକ୍ଷରୁ ମହାନଗର ନିଗମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆ ଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Exit mobile version