Site icon Awaj Media

ବାଙ୍କୀ ବିଜେପି ର ମିଶ୍ରଣ ପର୍ବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ସୁବର୍ଣ୍ଣପୁର ବିଜେପି ମଣ୍ଡଳ ତରଫରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି . ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ ସ୍ୱାଇଁ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ଯୋଗଦାନ କରି ଦଳରେ ନୂତନ ଭାବରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ . ଓସ୍ତିଆ ପଞ୍ଚାୟତର ସମିତି ସଭ୍ୟ କାଶୀନାଥ ବେହେରା , ଆଗଧାଡ଼ି ର ନେତା ଜୟନ୍ତ ରାଉତ , ବାଉଁଶପୁଟ ଗ୍ରାମର ରୋହିତ ପରିଡା , ରତାଗଡ଼ର ଅମରେନ୍ଦ୍ର ପୁହାଣ , ବିପିନ ବିହାରୀ ସ୍ୱାଇଁଙ୍କ ସମେତ ଶତାଧିକ ବ୍ୟକ୍ତି ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି . ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ଆସ୍ଥା ଓ ଭରଷା ରଖି କର୍ମୀମାନେ ଦଳରେ ସାମିଲ ହୋଇଥିବା କଥା ପ୍ରକାଶ କରିଛନ୍ତି .

ବାଙ୍କୀ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କଟକ ଜିଲ୍ଲା ବିଜେପି ଉପ ସଭାପତି ସୀତାକାନ୍ତ ମିଶ୍ର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ବିଭୁତିରାୟ , ବାଙ୍କୀ ନଗର ମଣ୍ଡଳ ସଭାପତି ସଞ୍ଜୟ ରଣା , ଯୁବନେତା ପ୍ରଫୁଲ୍ଲ ଚନ୍ଦ୍ର ନାୟକ , ଅଜିତ ସୁବୁଦ୍ଧି ଉପସ୍ଥିତ ରହି ନୂଆତ୍ନ ଭାବରେ ଦଳରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ . ଆଗାମୀ ଦିନରେ ପଂଚାୟତ ନିର୍ବାଚନ ହେବାକୁ ଥିବା ସମୟରେ ବିଜେପିର ଏହି ମିଶ୍ରଣ ପର୍ବ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି .

Exit mobile version