Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ୪୨ ମୌଜାରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ତରଫରୁ ୪୨ ମୌଜା ଅନ୍ତର୍ଗତ କଳପଡା ପଞ୍ଚାୟତ ଟାଈଁକଣା ଗ୍ରାମର ରାସ୍ତା ଏବଂ ମନ୍ଦିର ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶିକ୍ଷାବିତ ସରୋଜ କୁମାର ନାୟକ, ଉତ୍କଳ ବିକାଶ ପରିଷଦ ବରିଷ୍ଠ ସଦସ୍ୟ ବିଜୟ କୁମାର ନାୟକ, ବାବୁନା ଦାସ, ପାପୁ ଦାସ, ମଙ୍ଗରାଜ ସେଠୀ, ଟୁକୁନା ରାଉଳ, ଅଭିନାଷ ଦାସ, ନିକୁଞ୍ଜ ଭୋଇ, ସିମନ୍ତ ସାମଲ, ସୁଜୀତ୍ ପରିଡା, ଦେବାଶିଷ ପରିଡା, ମଳୟ ମଲ୍ଲିକ, ଶରତ ରାଉଳ, ସିସନ୍ତ ପରିଡା, ଘନଶ୍ୟାମ ଭୋଇ, ଉମେଶ ଦାସ, ସୁସିଲ୍ ଭୋଇ, କୁନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦ ର “ଗୋଟିଏ ବୃକ୍ଷ ଗୋଟିଏ ଜୀବନ” କାର୍ଯ୍ୟକ୍ରମରେ ସାମିଲ ହେବାକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାଧାରଣରେ ନିବେଦନ କରିଛନ୍ତି ।

Exit mobile version