Site icon Awaj Media

ଭାପୁର ବ୍ଲକ ଉପଧାକ୍ଷ ଗୟାଧର ପରିଡା ଙ୍କ ପାଇଁ ବଢ଼ିଲା ଅଡୁଆ !

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୂଆ ମୋଡରେ ପହଁଚିଲା ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା – ଉପଧାକ୍ଷ ବିବାଦ . ବଢିଲା ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ଏବଂ ତାଙ୍କ ଦୁଇ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା ଓ ଯୋଗେନ୍ଦ୍ର ସ୍ୱାଇଁଙ୍କ ପାଇଁ ଅଡୁଆ l ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନୟାଗଡ ଜିଲ୍ଲାପାଳ ଓ ଜିଲ୍ଲା ଏସପିଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ଆଦିବାସୀ କମିଶନ ଡେପୁଟି କମିଶନର l ବିଗତ ଦୁଇ ସପ୍ତାହ ଧରି ନୟାଗଡ ଜିଲ୍ଲା ଭାପୁର ବ୍ଲକ ରେ ଚାଲିଥିବା ଏହି ରାଜନୈତିକ ହାଇ ଡ୍ରାମା ଥମିବାର ନାଁ ଧରୁନାହିଁ . ବ୍ଲକ କାର୍ଯ୍ୟାଳୟ ଭିତରେ ଅଣଦେଖା ତଥା ଦୁର୍ନୀତିର ଅଭିଯୋଗ ଆଣି ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଫତେଗଡ ଥାନାର ଦ୍ୱାରସ୍ଥ ହୋଇଥିବା ସମୟରେ ଅଧ୍ୟକ୍ଷାଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଉପଧାକ୍ଷ ଆରମ୍ଭ କରିଛନ୍ତି ଗୋଟି ଚାଲାଣ . ତେବେ ଏ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତାଙ୍କୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବହୁ ଦଳିତ ସଂଗଠନ . ମାନସିକ ନିର୍ଯ୍ୟାତନା , କାର୍ଯ୍ୟାଳୟରେ ଉପେକ୍ଷା ସର୍ବୋପରି ଅଧ୍ୟକ୍ଷାଙ୍କ ଅଗୋଚରରେ ବହୁ ଅର୍ଥ ର ବିଲ କରାଇ ନେଇଥିବାର ଅଭିଯୋଗ ଆଣି ଜାତୀୟ ଆଦିବାସୀ କମିଶନର ଙ୍କ ପାଖରେ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆସିଛି ନିର୍ଦ୍ଦେଶ . ଏପରି ସ୍ଥିତିରେ ଉପଧାକ୍ଷ ଗୟାଧର ପରିଡାଙ୍କ ଆଗାମୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର .

Exit mobile version