Site icon Awaj Media

ଜିଲ୍ଲାବ୍ୟାପି ପଞ୍ଚମ ବାର୍ଷିକ ସେବା ଉତ୍ସବ ଉଦଯାପିତ !!

Spread the love

“ଗରିବ ଓ ଅସହାୟଙ୍କ ପାଇଁ ସେବା ଉତ୍ସବ ସମର୍ପିତ “

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଗତ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ – 2021 ଗତକାଲି ବାହାଡାଝୋଲା ଠାରେ ଉଦଯାପିତ ହୋଇଯାଇଛି l ଦୀର୍ଘ 10 ଦିନ ଧରି ସେବା ଉତ୍ସବ ସମିତିର କର୍ମକର୍ତ୍ତା ମାନେ ଜିଲ୍ଲାର ସମସ୍ତ ଆଠୋଟି ବ୍ଲକରେ ପ୍ରାୟ ଦେଢ଼ ହାଜର ଅସହାୟ ଲୋକଙ୍କୁ ବସ୍ତ୍ର, ରାସନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ ପ୍ରାୟ 20 ଜଣ ଅସହାୟ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ସେବା ଉତ୍ସବର ଉଦଯାପନୀ ଦିବସରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଭାଡ଼ିକିଳା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବାହାଡାଝୋଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅସହାୟ ଓ ମାନସିକ ଅନଗ୍ରସର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା l ଶେଷରେ ବାହାଡାଝୋଲା ଶ୍ରୀ ଅରବିନ୍ଦ ବିଦ୍ୟାଳୟ ପରିସରରେ ଭରଚୁଆଲ ମାଧ୍ୟମରେ ଉଦଯାପନୀ କାର୍ଯ୍ୟକ୍ରମ ଓ ଦିବ୍ୟlଙ୍ଗ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବି ଦାମୋଦର ସାହୁ, ବାହାଡାଝୋଲାର ସମାଜ ସେବି ବିନୋଦ କୁମାର ସାହୁ, ସମାଜସେବୀ ସୁକାନ୍ତ ମହାପାତ୍ର, ନୟାଗଡ଼ ଜିଲ୍ଲା ଓରମାସ ସଂଯୋଜକ ନଟବର ସ୍ୱାଇଁ, ସେବା ଉତ୍ସବ ସମିତି ଉପାଧ୍ୟକ୍ଷ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ନୟାଗଡ଼ ଜିଲ୍ଲାରେ ଗରିବ ଅସହାୟଙ୍କ ପାଇଁ ସେବା ଉତ୍ସବ ସମ୍ପୂର୍ଣ୍ଣ ସମର୍ପିତ ବୋଲି ମତ ରଖିଥିଲେ l ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ହରିହର ବେହେରା ଓ ବିଭୁତି ଭୂଷଣ ପଟନାୟକଙ୍କୁ ସେବା ସମ୍ମାନ 2021ରେ ସମ୍ମାନୀତ କରାଯାଇଥିଲା l ଶେଷରେ ସେବା ଉତ୍ସବରେ ସାମିଲ ହୋଇଥିବା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମକୁ ସେବା ଉତ୍ସବ ପକ୍ଷରୁ ନିରଞ୍ଜନ ସାହୁ, ଜ୍ୟୋତିରଞ୍ଜନ ମହାପାତ୍ର, ଧନେଶ୍ୱର ସାହୁ, ପରମେଶ୍ୱର ସାହୁ, ସୋମେଶ ପଟନାୟକ, ସୋମ୍ୟରଞ୍ଜନ ଦାଶ, ସଦାଶିବ ବାରିକ ପ୍ରମୁଖ ପରିଚାଳନା କରିଥିଲେ l

Exit mobile version