ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରୋଟାରୀ ଗ୍ରୀନ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ନୟାଗଡ ରୋଟାରୀ କ୍ଲବ ତରଫରୁ ଗମ୍ଭାରୀଡିହି ଗ୍ରାମରେ ୩୦୦ ଫଳ ଚାରା ସ୍ଥାନୀୟ ସରପଞ୍ଚ ଙ୍କ ସହାୟତା ଓ କ୍ଲବ ଅଧ୍ୟକ୍ଷ ଧିରେନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରୋଟାରିଆନ ଆରିଫ ଖାନ ଏବଂ ସହାୟତା କରିଥିଲେ ରୋଟାରିଆନ ପ୍ରସନ୍ନ ବସନ୍ତିଆ, ଆଦିତ୍ୟ ମିଶ୍ର ଓ କ୍ଲବ କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ରଥ ।
ସୂଚନାଯୋଗ୍ୟ , ନୟାଗଡ ଜିଲ୍ଲାରେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସବୁଜିମା ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଛି . ରୋଟାରୀ କ୍ଲବ ଅଫ ନୟାଗଡ଼ର ମିଶନ ଗ୍ରୀନ କାର୍ଯ୍ୟକ୍ରମ ଏ ଦିଗରେ ଅଧିକ ସହାୟକ ହୋଇପାରିବ .

