Site icon Awaj Media

ବିଲିପଡ଼ାରେ ବାଙ୍କୀ ବିଜେପି ଶାଖାର ସାଙ୍ଗଠନିକ ବୈଠକ ଆୟୋଜିତ !

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜେପି ଶାଖାର ସାଙ୍ଗଠନିକ ବୈଠକ ଆୟୋଜିତ . ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ବିଜେପିର ଅନ୍ୟତମ ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନେତୃତ୍ୱ ରେ ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡ଼ା ପଂଚାୟତରେ ବିଜେପିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି . କଟକ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ବିଭୁତି ରାୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ଜିଲ୍ଲା ଉପ-ସଭାପତି ସୀତାକାନ୍ତ ମିଶ୍ର, ଉତ୍କଳମଣି ମନ୍ତ୍ରୀ, ମଣ୍ଡଳ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମନ୍ତ୍ରୀ, ଜିଲ୍ଲା ପ୍ରତିନିଧି ଗଗନ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଯଯାତି କେଶରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ତୃଣମୂଳ ସ୍ତରରେ ବିଜେପି ର ସଂଗଠନ ମଜବୁତ କରିବା ନେଇ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ . ବୈଠକରେ ସର୍ବ ସମ୍ମତି କ୍ରମେ ପଂଚାୟତ ସ୍ତରୀୟ ଶକ୍ତି କେନ୍ଦ୍ର ଗଠନ କରାଯାଇଛି . ନବଗଠିତ କମିଟିର ସଭାପତି ଭାବେ ବିଚିତ୍ରାନନ୍ଦ ରାଉତ ଏବଂ ଉପ-ସଭାପତି ଭାବେ ସୁବଳ ମନ୍ତ୍ରୀ ମନୋନୀତ ହୋଇଥିବା ବେଳେ ରବୀନ୍ଦ୍ର କୁମାର ପଣ୍ଡା, ସୁଜନ ପ୍ରଧାନ, ରୋହିତ ରାଉତ, ବିପିନ ସେଠି , ସନ୍ତୋଷ ରାଉତ , ନରେଶ ଗୁରୁ ଏବଂ ଚନ୍ଦ୍ରମଣି ସ୍ୱାଇଁ ସଭ୍ୟ ଭାବରେ ମନୋନୀତ ହୋଇଛନ୍ତି. ଶକ୍ତି କେନ୍ଦ୍ରର ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା. ଆଗାମୀ ଦିନରେ ପଂଚାୟତ ନିର୍ବାଚନ ପାଇଁ ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା .

Exit mobile version