Site icon Awaj Media

ଖବର ପ୍ରସାରଣ ପରେ ଚେତିଲେ କଳାପଥର କଲେଜ କର୍ତ୍ତୃପକ୍ଷ !!

Spread the love

ମହାବିଦ୍ୟାଳୟ ପରିସର ଏବଂ ଶ୍ରେଣୀଗୃହକୁ କରାଗଲା ସାନିଟାଇଜ

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଖବର ପ୍ରସାରଣ ପରେ ଚେତିଲେ କଲେଜ କର୍ତ୍ତୃପକ୍ଷ . ମହାବିଦ୍ୟାଳୟ ପରିସର ଏବଂ ଶ୍ରେଣୀଗୃହକୁ କରାଗଲା ସାନିଟାଇଜ . ରାଜ୍ୟ ସରକାରଙ୍କ ଆଦେଶ ପରେ କୋଭିଡ ଗାଇଡ଼ ଲାଇନ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବା ସହିତ ପାଠପଢା ଆରମ୍ଭ ହୋଇଥିବା ସମୟରେ କଳାପଥର ଜୁନିଅର ମହାବିଦ୍ୟାଳୟ ଖୋଲିବାର ସାତ ରୁ ଆଠଦିନ ବିତି ଯାଇଥିଲେ ମଧ୍ୟ କଲେଜ କ୍ୟାମ୍ପସ କିମ୍ବା ଶ୍ରେଣୀଗୃହକୁ ସାନିଟାଇଜ କରାଯାଇ ନଥିଲା । ତେବେ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସାନିଟାଇଜ ପାଇଁ ବ୍ୟବସ୍ଥା ଗ୍ରହଣ କରିଥିବାର ସୂଚନା ମିଳିଛି . ତେବେ ବାଙ୍କୀ ୟୁଥ ଫର ଆକ୍ସନ ର ସଭାପତି ବିଶ୍ୱଜିତ ବିଶ୍ବାଳ ଏବଂ ବୋଲଗଡ ବ୍ଲକ ଉପ-ସଭାପତି ଅବିନାଶ ମହାପାତ୍ର, ବାଙ୍କୀ ୟୁଥ ଫର ଆକ୍ସନ ର ମିଡିଆ ସଂଯୋଜକ ପ୍ରଶାନ୍ତ କୁମାର କର, ବୋଲଗଡ ୟୁଥ ଫର ଆକ୍ସନ ର ମିଡିଆ ସଂଯୋଜକ ସତ୍ୟବ୍ରତ ମହାପାତ୍ରଙ୍କ ଉପସ୍ଥିତି ଏବଂ ସହଯୋଗରେ ମହାବିଦ୍ୟାଳୟ ପରିସର , ଶ୍ରେଣୀଗୃହ ଏବଂ କାର୍ଯ୍ୟାଳୟ ପ୍ରକୋଷ୍ଠ ଗୁଡିକୁ ସାନିଟାଇଜ କରାଯାଇଛି . କାର୍ଯ୍ୟକ୍ରମରେ ୟୁଥ ଫର ଆକ୍ସନ ର ସଦସ୍ୟ ଚନ୍ଦନ ଜେନା, ଶ୍ରୀତମ ସାହୁ ସହଯୋଗ କରିଥିଲେ ।

Exit mobile version