Site icon Awaj Media

ଅଗଷ୍ଟ ୧ ରୁ କଳା ବ୍ୟାଜ ପିନ୍ଧିବେ ଲାବରୋଟୋରି ଟେକ୍ନିସିଆନ

Spread the love

ନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟ ସରକାର ଲାବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲ ରେ ପରିବର୍ତ୍ତନ ସମେତ ଏଭଳି କିଛି ଦାବୀ ଗୁଡିକୁ ଅଣଦେଖା କରି ଶୁଣିନଥିବାକୁ ନେଇ ଅଗଷ୍ଟ ୧ ରବିବାର ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲାବରୋଟୋରି ଟେକ୍ନିସିଆନ ସଂଘ ପକ୍ଷରୁ କୁହାଯାଇଛି। ଯାହା ଫଳରେ କନ୍ଧମାଳ ଜିଲ୍ଲାର ୧୦ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ କର୍ଯ୍ୟକରୁଥିବା ୨୫ଜଣ ଲାବରୋଟୋରି ଟେକ୍ନିସିଆନ କଳା ବ୍ୟାଜ ପରିଧାନ କରିବେ ବୋଲି ଲାବରୋଟୋରି ଟେକ୍ନିସିଆନ ର ଜିଲ୍ଲା ସଂପାଦକ ବଳରାମ ଗୌଡ, ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ସାହୁ, ଚିତ୍ତରଞ୍ଜନ ନାୟକ,ପ୍ରିୟଙ୍କା ଦାସ ପ୍ରମୁଖ ପ୍ରକାଶ କରିଛନ୍ତି ।

Exit mobile version