Site icon Awaj Media

କୋଭିଡି ଟୀକା ନେବାକୁ ଆସିଥିବା ଲୋକଙ୍କୁ ପୋଲିସ ର ଲାଠି ମାଡ !

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଟୀକାକରଣ କେନ୍ଦ୍ର ରେ ପୋଲିସ ର ଲାଠି ଚାର୍ଜ . ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ . କୋଭିଡ ଟୀକା ଦାନ କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସାଧାରଣ ଜନତାଙ୍କୁ ଲାଠି ଚାର୍ଜ କଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଣପୁର ର କୃତିବାସ ଭବନ ଟୀକା କେନ୍ଦ୍ରରେ ଟୀକା ନେବା ପାଇଁ ଆସିଥିବା ଲୋକଙ୍କୁ ପୁଲିସ ର ଲାଠିଚାର୍ଜ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ । କୋଭିଡି ଟୀକା ନେବାକୁ ଆସିଥିବା ଲୋକମାନଙ୍କୁ ପୋଲିସ ର ଏଭଳି ଅମାନୁଷିକ ବ୍ୟବହାର ସାଙ୍ଗକୁ ଲାଠି ମାଡ । ପୋଲିସର ଲାଠି ଚାର୍ଜ ରେ ଟୀକା ନେବାକୁ ଆସିଥିବା ଲୋକମାନେ ପ୍ରାଣ ବଞ୍ଚାଇବାକୁ ଇତସ୍ତତ ଦୌଡ଼ିବାରୁ ଦଳା ଚକଟା ସହ ଠେଲା ପେଲା ହୋଇ ୪୦ ରୁ ଉର୍ଦ୍ଧ ମହିଳା ଏବଂ ବୃଦ୍ଧା ବୃଦ୍ଧ ଆହତ ହୋଇଛନ୍ତି । ଟୀକାକରଣ କେନ୍ଦ୍ରକୁ ସମୁଦାୟ ୪୫୦ ଡୋଜ ଟୀକା ଆସିଥିବା ବେଳେ ଆଦିକା ଲୋକ ଜମା ହେବ କାରଣରୁ ବିଶୃଙ୍ଖଳା ଦେଖା ଦେଇଥିଲା . ପ୍ରଥମ ଡୋଜ ଟୀକା ୩୫୦ ଏବଂ ଦ୍ୱିତୀୟ ଡୋଜ ଟୀକା ୫୦, ଗର୍ଭବତୀ ମହିଳା ଙ୍କ ପାଇଁ ୩୦ ଡୋଜ ଟୀକା ଆସିଥିଲା । କିନ୍ତୁ ଅଧିକ ଲୋକ ଟୀକାକରଣ କରିବା ପାଇଁ ଟୀକା କେନ୍ଦ୍ର କୁ ଆସିଥିଲେ । ଆଧାର କାର୍ଡ ରଖି ସ୍ଥାନ ସଂରକ୍ଷଣ କରିଥିଲେ , ସେଥିଯୋଗୁଁ ଲୋକଙ୍କ ମଧ୍ୟରେ ଠେଲା-ପେଲା ହୋଇଥିଲା ଏବଂ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏଭଳି ପନ୍ଥା ଆପଣେଇ ଥିବା ଜଣାପଡିଛି ।

Exit mobile version