Site icon Awaj Media

କଟକ ମୋଟର କର୍ମଚାରୀ ୟୁନିଅନ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ମୋଟର କର୍ମଚାରୀ ସଂଘ ତରଫରୁ କଟକ ଜିଲ୍ଲାପାଳଙ୍କ ଉଦ୍ଦଶ୍ୟରେ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରାଯାଇଛି . ଏଥିରେ ପରିବହନ ଶ୍ରମିକ ମାନଙ୍କୁ ସରକାର କରୋନାରେ ଗାଡ଼ି ବନ୍ଦ ଥିବାରୁ ଆର୍ଥିକ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ ସମସ୍ୟା ସମନ୍ଧରେ ଉଲ୍ଲେଖ କରାଯାଇଛି ।

ଆଜି ସଂଘ ତରଫରୁ କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନେ ଏସପି ଅଫିସ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ସମ୍ପାଦକ ଶିଶିର ଲେଙ୍କା, ଉପ-ସଭାପତି ବଦ୍ରି ନାରାୟଣ ଦାସ, ସହ ସମ୍ପାଦକ ଗଗନ ପରିଡ଼ା, ହିରାଲାଲ୍ ପଣ୍ଡା, କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ, ରଘୁନାଥ ବାରିକ, ସୁବାଷ ଚନ୍ଦ୍ର ଜେନା, ପ୍ରତାପ ଚନ୍ଦ୍ର ମହାପାତ୍ର, ଜୟଦେବ ପ୍ରଧାନ, ଗୌରାଙ୍ଗ ଚରଣ ବେହେରା, ରାକେଶ ରାଉତ, ଉମେଶ ଶେଖର ଦଳାଇ ଉପସ୍ଥିତି ରହିଥିଲେ ।

Exit mobile version