Site icon Awaj Media

ଢେଙ୍କାନାଳରେ ଓଡିଶା ପ୍ରଗତି ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଡିଶା ପ୍ରଗତି ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ . ଢେଙ୍କାନାଳ ସହର ସାମ୍ବାଦିକ ଭବନ ମଧ୍ୟରେ ଓଡିଶା ପ୍ରଗତିଦଳ ର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ରୂପେ ଓଡିଶା ପ୍ରଗତି ଦଳ ର ରାଜ୍ୟ ମହା ସଚିବ ତରୁଣ ପତି ଯୋଗ ଦେଇ କର୍ମକର୍ତ୍ତା ମାନଙ୍କୁ ଦଳକୁ ତୃଣମୂଳ ସ୍ଥାରରେ ମଜଭୁତ କରିବା ପାଇଁ ଆହ୍ୱାନ କରିଥିଲେ । ଓଡିଶା ବିଜୁ ଜନତା ଦଳର ଦୀର୍ଘ 22 ବର୍ଷର ଶାସନ ଓଡିଶା ବାସୀଙ୍କୁ ଗରିବତ୍ଵ ଆଡକୁ କିଭଳି ଭାବେ ଠେଲି ଦେଇଛି ତାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଯଦି ଆସନ୍ତା 2024 ମସିହା ସାଧାରଣ ନିର୍ବାଚନରେ ଓଡିଶା ପ୍ରଗତି ଦଳ ଶାସନ କୁ ଆସେ ତେବେ ଓଡିଶା ବାସୀଙ୍କୁ ସ୍ୱାବଲମ୍ବୀ କରାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଓଡିଶା କୁ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାକୁ ଓଡିଶା ପ୍ରଗତି ଦଳ ଆଶା ବ୍ୟକ୍ତ କରିଛି ଏଥି ସହ ଦଳକୁ ମଜଭୁତ କରିବା ସହ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ସଦସ୍ୟ ମାନଙ୍କୁ ଉତ୍ସାହିତ କରାଯାଇଥିଲା । ଆୟୋଜିତ ବୈଠକରେ ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ସଂଖ୍ୟାଲଘୁ ସେଲ ସଭାପତି ଫରିଦ୍ ମହାମଦ, ରାଜ୍ୟ ସମ୍ପାଦକ ନୁରୂଲ ଇସଲାମ, ରାଜ୍ୟ ସହ ସମ୍ପାଦକ ତଥା ଢେଙ୍କାନାଳ ପର୍ଯ୍ୟବେକ୍ଷକ ଶେଖ ନିଜାମ, ଜିଲ୍ଲା ଆଇନ ସେଲ ସଭାପତି ଯଜ୍ଞଶ୍ଵର ମିଶ୍ର, ଜିଲ୍ଲା ମହିଳା ସଭାପତି ପୁଷ୍ପାଞ୍ଜଳି ରଣା ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଆଜିର ସମୀକ୍ଷା ବୈଠକ କୁ ସଫଳ କରିଥିଲେ ।

Exit mobile version