Site icon Awaj Media

ଜମି ସମସ୍ୟା ବାବଦରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କଲେ ବାରଗଡ଼ିଆ ଗ୍ରାମବାସୀ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜମି ସମସ୍ୟା ବାବଦରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କଲେ ବାରଗଡ଼ିଆ ଗ୍ରାମବାସୀ । ସୁକିନ୍ଦା ବ୍ଲକରେ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ବିଡ଼ିଓ ମଣିପ୍ରସାଦ ମିଶ୍ର, ତହସିଲଦାର ନାରାୟଣ ଦୀକ୍ଷିତ, DWOଙ୍କ ଉପସ୍ଥିତରେ ସୁକିନ୍ଦା ଅଞ୍ଚଳରେ ଜଙ୍ଗଲ ଜମି ଆଇନ ଅନୁଯାୟୀ ବିଭିନ୍ନ ସମସ୍ୟାର ଶୁଣାଣି ହୋଇଥିବା ବେଳେ ବାରଗଡ଼ିଆ ଗ୍ରାମର ବିଭିନ୍ନ ପରିବାର ତରଫରୁ ଜମି ଅଧିଗ୍ରହଣ ସମସ୍ୟା ସମାଧାନ ନିମନ୍ତେ ଆଜି ସୁକିନ୍ଦା ତହସିଲଦାର ନାରାୟଣ ଦୀକ୍ଷିତଙ୍କୁ ବାରଗଡ଼ିଆ ଗ୍ରାମବାସୀଙ୍କ ତରଫରୁ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି . ସମସ୍ତ ଜମି ସମସ୍ୟା ବାବଦରେ ସୁକିନ୍ଦା ବନବିଭାଗ ଓ ରେଭେନ୍ୟୁ ଇନିସ୍ପେକ୍ଟରଙ୍କୁ ପଠାଯାଇ ଜମି ସମସ୍ୟାର ତଦନ୍ତ କରାଯାଇ ସମାଧାନ କରାଯିବା ନିମନ୍ତେ ବାରଗଡ଼ିଆ ଗ୍ରାମବାସୀଙ୍କୁ ସୁକିନ୍ଦା ତହସିଲଦାର ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

Exit mobile version