Site icon Awaj Media

କଳିଙ୍ଗନଗର ରାଜରାସ୍ତାରେ ଗର୍ଜିଲା ସୁକିନ୍ଦା ବିଜେପି ଯୁବମୋର୍ଚ୍ଚା !

Spread the love

ଓଡିଶା ଷ୍ଟାପ ସିଲେକ୍ସନ କମିଶନର କାର୍ଯ୍ୟାଳୟରେ ସରକାରୀ ଚାକିରୀ ବିକ୍ରି ଘଟଣା

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡିଶା ଷ୍ଟାପ ସିଲେକ୍ସନ କମିଶନର କାର୍ଯ୍ୟାଳୟରେ ଚାକିରୀ ବିକ୍ରି ପ୍ରତିବାଦରେ କଳିଙ୍ଗନଗର ରାଜରାସ୍ତାରେ ଗର୍ଜିଲା ସୁକିନ୍ଦା ବିଜେପି ଯୁବମୋର୍ଚ୍ଚା . ଓଡିଶା ପ୍ରଦେଶ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଡାକରାରେ ସୁକିନ୍ଦାର ବିଜେପି ବିଧାୟକ ପାର୍ଥି ଡ଼ଃ ପ୍ରଦୀପ ବଳ ସାମନ୍ତଙ୍କ ତତ୍ୱାବଧାନରେ କଳିଙ୍ଗନଗରରେ ଏହି ପ୍ରତିବାଦ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି . ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜଙ୍କ ନେତୃତ୍ୱରେ ସୁକିନ୍ଦା ବିଜେପି ଯୁବମୋର୍ଚ୍ଚାର ଶହ ଶହ ଯୁବକ ଆଜି କଳିଙ୍ଗନଗର ଛକଠାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜରାସ୍ତାରେ ଶାସକ ଦଳ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳା ଦାହ କରିଥିବା ଦେଖିବକୁ ମିଳିଛି ।

Exit mobile version