Site icon Awaj Media

ଓଡଗାଁ ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ ର କର୍ମକର୍ତ୍ତା ଚୟନ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ ଡିଜିଟାଲ ମିଡିଆ ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କୁ ନେଇ ଏକ ସଂଘ ଗଠନ କରାଯିବା ସହିତ ପରିଚାଳନା କମିଟିର ସଦସ୍ୟ ମାନଙ୍କ ନାମ ଘୋଷଣା କରାଯାଇଛି . ନୟାଗଡ଼ ଡିଜିଟାଲ ମିଡିଆ ଆସୋସିଏସନ୍ ର ସଭାପତି ଅନୱର ଅଲ୍ଲୀ, ସମ୍ପାଦକ କିଶୋର ମହାପାତ୍ର, ଉପ-ସଭାପତି ଯଯାତୀ କେଶରୀ ଙ୍କ ଉପସ୍ଥିତିରେ ଓଡ଼ଗାଁ ଡିଜିଟାଲ ମିଡିଆ ସଂଘ ଗଠନ କରାଯାଇଛି । ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସଭାରେ ସର୍ବ ସମ୍ମତିକ୍ରମେ କାର୍ଯ୍ୟକର୍ତ୍ତା ମାନଙ୍କ ନାମ ନୂଆଗାଁ ବ୍ଲକ ଡିଜିଟାଲ ମିଡିଆ ସଂଘ ର ଉପଦେଷ୍ଟା ପ୍ରଦିପ କୁମାର ସାହୁ ଘୋଷଣା କରିଥିଲେ . ସଂଗଠନର ସଭାପତି ଭାବେ ପ୍ରଦିପ ରାୟ, ଉପ-ସଭାପତି ଅଶୋକ ଦାସ, ସମ୍ପାଦକ ରିପିନ ପଣ୍ଡା, ସହ ସମ୍ପାଦକ ରାକେଶ ରୋଶନ ବେହେରା, କୋଷାଧ୍ୟକ୍ଷ ରବିନ୍ଦ୍ର ସାହୁ, କାର୍ଯକାରୀ ସଭ୍ୟ ପ୍ରକାଶ ଚନ୍ଦ୍ର ମହାପାତ୍ର ଙ୍କୁ ଚୟନ କରାଯାଇଛି ।

ଏହି ଅବସରରେ ଜିଲ୍ଲା ପ୍ରଶାସନ, ସାମ୍ବାଦିକ ପୋଲିସ ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସଭାରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ . ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ଆଇନଜୀବି ପବିତ୍ର ସାହୁ , ଓଡ଼ଗାଁ ବ୍ଲକ ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୋୖଧୁରୀ ଯୋଗ ଦେଇଥିଲେ । ଆଗାମୀ ଦିନ ମାନଙ୍କରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ସାମ୍ବାଦିକ ମାନଙ୍କୁ ନେଇ ବିଭିନ୍ନ ବିଷୟରେ ଆଲୋଚନା ସଭା ଅନୁଷ୍ଠିତ ହେବ ବୋଲି ନୟାଗଡ ଡିଜିଟାଲ ମିଡିଆ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version