Site icon Awaj Media

ନ୍ୟାୟ ନ ମିଳିଲେ ବ୍ଲକ ରେ ତାଲା ଝୁଲିବ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନା . ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଅସହାୟ ବାସହୀନ ମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇବା ପାଇଁ କୋଟି କୋଟି ଅର୍ଥ ଖର୍ଚ ହେଉଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କର ପତ୍ର ଅନ୍ତର ନୀତି କାରଣରୁ ଯୋଗ୍ୟ ଲୋକେ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି . ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଗ୍ରାମ ପଂଚାୟତ ର ବେଡ଼ାପଡା ଏବଂ ବାବନ୍ଧ ଉଭୟ ଗ୍ରାମବାସୀ ବୃନ୍ଦ ଉକ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ହେରାଫେରି ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ଦେଖା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଏହା ଉପରେ ମାନ୍ୟବର ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଗ୍ରାମବାସୀ ବାଧ୍ୟ ହୋଇ ହିନ୍ଦୋଳ ବ୍ଲକ କୁ ତାଲା ପକାଇବେ ବୋଲି ଚରମ ବାଣୀ ଦେଇଛନ୍ତି । ବେଡ଼ାପଡା ଏବଂ ବାବନ୍ଧ ଉଭୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଉକ୍ତ ଗ୍ରାମର ସରପଞ୍ଚ ଚଂଚକତାର ସହ ଧନୀକ ଶ୍ରେଣୀ ବ୍ୟକ୍ତି ତଥା ଦୁଇମହଲା ଘର ଥିବା ଲୋକଙ୍କର ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁତ କରିବା ସହ ସାଧାରଣ ଖଟିଖିଆ ଗରିବ ମାନଙ୍କ ନାମକୁ ଏହି ତାଲିକାରୁ କାଟି ଦେଉଛନ୍ତି । ଗ୍ରାମବାସୀ ମାନେ ଏଥି ସମ୍ବନ୍ଧରେ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ ଏଥିରେ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଯଥାଶୀଘ୍ର ଜିଲ୍ଲାପାଳ ମହୋଦୟ ଏଥିରେ ହସ୍ତକ୍ଷେପ କରି ଏହାର ଉଚିତ ଅନୁସନ୍ଧାନ କଲେ ଗ୍ରାମବାସୀଙ୍କୁ ନ୍ୟାୟ ମିଳିବା ସହ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଉକ୍ତ ଗ୍ରାମର ଡଲି ସାମଲ, ମାନସୀ ସାମଲ, ସୁକାନ୍ତି ଦେହୁରୀ ଙ୍କ ସମେତ ଅନେକ ମହିଳା ଦାବିପତ୍ର ପ୍ରଦାନ କରିଛନ୍ତି ।

Exit mobile version