Site icon Awaj Media

ସାରଙ୍ଗପୁର ଗ୍ରାମରେ ୪ ଫୁଟର ବିଷଧର ନାଗ ସାପ ସହିତ ୭ ଟି ଅଣ୍ଡା ଉଦ୍ଧାର ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଡୁବୁରୀ ବନାଞ୍ଚଳ ଅଧିନସ୍ଥ ସାରଙ୍ଗପୁର ଗ୍ରାମର ମନୋଜ ଜେନାଙ୍କ ଘର ପାଖ ବାଡ଼ିରେ ୪ ଫୁଟର ବିଷଧର ନାଗ ସାପ ସହିତ ୭ ଟି ସାପ ଅଣ୍ଡା ଉଦ୍ଧାର ହୋଇଛି . ସାପଟି ଆଖ ପାଖ ଘରେ ବାରମ୍ବର ପଶି ଯାଉଥିବାରୁ ଗ୍ରାମ ଲୋକେ ଭୟଭୀତ ହୋଇ ସୁକିନ୍ଦାର ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ ବେହୁରା ଙ୍କୁ ଯୋଗାଯୋଗ କରିବାରୁ ସୌମ୍ୟଜିତ ଘଟଣାସ୍ଥଳରେ ପହଞ୍ଚି ବିଷଧର ସାପଟିକୁ ସାରଙ୍ଗପୁର ଗ୍ରାମର ମନୋଜ ଜେନାଙ୍କ ଘର ପାଖ ବାଡ଼ିରୁ ସୁରକ୍ଷିତ ଉପାୟରେ ଉଦ୍ଧାର କରିବା ସହିତ ସେହି ନାଗ ସାପର ସାତଟି ଅଣ୍ଡା ଉଦ୍ଧାର କରିଥଛନ୍ତି . ଉଦ୍ଧାର ହୋଇଥିବା 7 ଟି ଅଣ୍ଡା ମଧ୍ୟରୁ ଗୋଟିଏ ଅଣ୍ଡା ଫୁଟି ସାପ ଛୁଆ ଜନ୍ମ ହୋଇ ବାହାରି ପଳେଇଥିବା ବେଳେ ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ ଅନ୍ୟ 6 ଟି ଅଣ୍ଡାକୁ ସୁରକ୍ଷିତ ଭାବରେ ରଖିଛନ୍ତି . ଉଦ୍ଧାର ହୋଇଥିବା ସାପ ଟିକୁ ଡୁବୁରୀ ପାଖ ନିଛାଟିଆ ସ୍ଥାନରେ ଛାଡି ଦେଇଥିବା ସୁଚନା ମିଳିଛି ।

Exit mobile version