Site icon Awaj Media

କୁସୁପଙ୍ଗି ପଞ୍ଚାୟତ ମହାଦୁର୍ନୀତି : ଆନ୍ଦୋଳନ ପାଇଁ ପାଗ ଭିଡୁଛି ବ୍ଲକ କଂଗ୍ରେସ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ କୁସୁପଙ୍ଗି ପଞ୍ଚାୟତ ରେ ହୋଇଥିବା ମହାଦୁର୍ନୀତି ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବ୍ଲକ କଂଗ୍ରେସ । ମନରେଗା ଘୋଟାଲାରେ ଜଡିତ ନେତା , ଅଧିକାରୀ , କର୍ମଚାରୀଙ୍କ ଵିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ ଦାବୀ କରି ବ୍ଲକ କଂଗ୍ରେସ ଗଣଧାରଣା ଦେବା ପାଇଁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି . କାର୍ଯ୍ୟକ୍ରମ ସମ୍ପର୍କରେ ଦଳ ତରଫରୁ ବିଧିବଦ୍ଧ ସୂଚନା ଦିଆ ଯାଇନଥିଲେ ବି , ଜନସାଧାରଣଙ୍କ ପୂଞ୍ଜୀଭୂତ ଅସନ୍ତୋଷ କୁ ଲକ୍ଷ୍ୟ କରି ଡମପଡା ବ୍ଲକ କଂଗ୍ରେସ ସଭାପତି ଅସିତ ବରଣ ପଟ୍ଟନାୟକ ଙ୍କ ନେତୃତ୍ୱରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବାର ଜଣାଯାଇଛି ।

Exit mobile version