Site icon Awaj Media

ସିନର୍ଜି ଇଞ୍ଜିନିୟରିଂ କଲେଜ ପକ୍ଷରୁ ଜାତୀୟ ସ୍ତରର ୱେବିନାର ଅନୁଷ୍ଠିତ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର ସିନର୍ଜି ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଆଲୁମିନି ଆସୋସିଏସନ ଓ କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ ବିଭାଗ ପକ୍ଷରୁ ଗତକାଲି ଜାତୀୟ ସ୍ତରୀୟ ଏକ ୱେବିନାର ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ୱେବିନାରର ଶୀର୍ଷକ ଥିଲା “ଫ୍ୟାକ୍ଟ , ଫେକ ଆଣ୍ଡ ଫର୍ଜରି” ଅନଲାଇନ ନ୍ୟୁଜ କଞ୍ଜକ୍ସନ , ଫ୍ୟାକ୍ଟ ଚେକିଂ ଆଣ୍ଡ ଡିବଙ୍କିଙ୍ଗ ଫଲସ ନ୍ୟୁଜ” । ଏହି ଭଚ୍ୟୁଆଲ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଏବଂ ସାମାଜିକ କର୍ମୀ ଅବିନାଶ ସାହୁ , ସାମ୍ବାଦିକା ଲୋକସମ୍ପର୍କ ପ୍ରଫେସନାଲ ପ୍ରିୟା ଭାରତୀ ଏବଂ ବରିଷ୍ଠ ସାମ୍ବାଦିକ ଓ ମାନବଧିକାର କର୍ମୀ ପ୍ରୀତମ କଶ୍ୟପ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ଇତିଶ୍ରୀ ମହାନ୍ତି ପ୍ରାରମ୍ଭିକ ଭାଷଣ ଦେଇଥିଲେ । ସିନର୍ଜି ଆଲୁମିନି ଆସୋସିଏସନର ସମ୍ପାଦକ ପ୍ରଫେସର ଶ୍ରୁତିରଞ୍ଜନ ଦାସ ସଭାକୁ ଖୁବ୍ ସୁନ୍ଦର ଭାବେ ପରିଚାଳନା କରିଛନ୍ତି । କମ୍ପ୍ୟୁଟର ବିଭାଗର ମୁଖ୍ୟ ପ୍ରଫେସର ଏସ୍ ଅବିନାଶ ଧନ୍ୟବାଦ ଅର୍ପଣ କରିଥିଲେ । ୱେବିନାରରେ ଅନୁଷ୍ଠାନର ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକାମାନେ ଅଂଶଗ୍ରହଣ କରିଥିଲେ ।

Exit mobile version