Site icon Awaj Media

ଦଶପଲ୍ଲାରେ ବିଜୁ ଛାତ୍ର ଜନତା ଦଳର ସାଙ୍ଗଠନିକ ବୈଠକ

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର କୁଆଁରିୟା ଡ଼୍ୟାମ୍ ଠାରେ ବିଜୁ ଛାତ୍ର ଜନତା ଦଳର ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଯାଇଛି . ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଳକ୍ ର ପଞ୍ଚାୟତ ସ୍ତରୀୟ ଛାତ୍ର ନେତା ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ରାଜ୍ୟ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁ , ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷ୍ୟକ ଦେବସ୍ମିତା ଦାସ, ଜିଲ୍ଲା ଛାତ୍ର ବିଜେଡି ଉପ-ସଭାପତି ଅମୂଲ୍ୟ ସାହୁ , ନୁଆଗାଁ ବ୍ଳକ୍ ଛାତ୍ର ସଭାପତି ସୁବ୍ରତ ପରିଡ଼ା ଯୋଗଦାନ କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି . ବିଜୁ ଛାତ୍ର ଜନତା ଦଳ କିପରି ତୃଣମୂଳ ସ୍ତର ରୁ ଆହୁରି ଅଧିକ ମଜଭୁତ ହେବ କାର୍ଯ୍ୟକର୍ତ୍ତା ମାନଙ୍କୁ ସେ ବିଷୟରେ ବିଧାୟକ ଏବଂ ମହାସଚିବ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ବୃକ୍ଷରୋପଣ କରିଥିଲେ ।

Exit mobile version