Site icon Awaj Media

ଗଜପତି ଜିଲ୍ଲା ମାର୍ଲବା ଘାଟିରେ ଆଇଚର ଗାଡି ଦୁର୍ଘଟଣା ।

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭୁବନେଶ୍ୱର ରୁ ପାରଳାଖେମୁଣ୍ଡି କୁ ଜୋତା , ପେପର ରୋଲ ଏବଂ ପାୱାର ଟିଲର ମେସିନ ପ୍ରଭୃତି ଧରି ଆସୁଥିବା ଏକ ଆଇଚର ଗାଡି ଦୁର୍ଘଟଣା ଗ୍ରସ୍ତ । ମାର୍ଲବା ଘାଟିର ଏକ ବୁଲାଣି ରାସ୍ତାରେ ଓହ୍ଲାଉ ଥିବା ବେଳେ ଡ୍ରାଇଭର ଗାଡିର ଭାରସାମ୍ୟ ରକ୍ଷା କରି ନ ପାରି ଆଗରେ ଥିବା ପାହାଡ଼ ଉପରକୁ ଉଠି ଓଲଟି ପଡିଥିଲା ।

ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହେବା ପରେ ପ୍ରଥମେ ରାୟଗଡ ସ୍ଥିତ ଡାକ୍ତରଖାନା ଓ ପରେ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ହୋଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି . ଦୁର୍ଘଟଣା ର ଶୀକାର ହୋଇଥିବା ଗାଡ଼ିରେ ଲୋଡ଼ ଥିବା ଜୋତା ପାରଳାଖେମୁଣ୍ଡି ରେ , ପାୱାର ଟିଲର କୋରାପୁଟ ରେ ଏବଂ ପେପର ରୋଲ ଜୟପୁରରେ ଅନଲୋଡ଼ ହୋଇଥାନ୍ତା ।

Exit mobile version