Site icon Awaj Media

ଜଙ୍ଗଲ କୁ ଭଲ ପାଉଥିବା ମଣିଷ ଟିଏ : ଏଚଡ଼ି ଧନରାଜ !!

Spread the love

ଡ଼ିଏଫଓ ଙ୍କ ପ୍ରଚେଷ୍ଟାରେ ଜଙ୍ଗଲର ଖାଲି ସ୍ଥାନରେ ଲାଗିଛି ବିଭିନ୍ନ ଔଷଧୀୟ ଗଛ

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ ରୁ ବାହାଡ଼ଝୋଲା ଯିବା ରାସ୍ତାରେ ଡିମିରିୟା ଗ୍ରାମ ଅପର ପଟେ ଥିବା ଜଙ୍ଗଲ ରେ ରାସ୍ତା କଡ଼ରେ ଅଟକିଥିଲା ନୟାଗଡ଼ ଜିଲ୍ଲା ଡ଼ିଏଫଓ ଏଚଡ଼ି ଧନରାଜ ଙ୍କ ଗାଡ଼ି . ନୂଆଗାଁ ରୁ ଖବର ସଂଗ୍ରହ କରି ଫେରୁଥିବା କିଛି ଗଣାମଧ୍ୟମ ପ୍ରତିନିଧି ରାସ୍ତା କଡରେ ଡ଼ିଏଫଓ ଙ୍କ ଗାଡି ଥୁଆ ହୋଇଥିବାର ଦେଖି ଅଟକି ଯାଇଥିଲେ । ପ୍ରକୃତ ଘଟଣା କଣ ଜାଣିବା ପାଇଁ ଜଙ୍ଗଲିଆ ରାସ୍ତାରେ ଏକ କିମି ଭିତରକୁ ଗଲାପରେ ଡ଼ିଏଫଓ ଏଚଡ଼ି ଧନରାଜ ଏବଂ ତାଙ୍କ ଟିମ କୁ ଦେଖିଥିଲେ . ସେତେବଳକୁ ଡ଼ିଏଫଓ ନିଜ ଟିମ କୁ କିଛି ବୁଝାଉଥିଲେ । ବଢି ଚାଲିଥାଏ କୌତୁହଳ , ଜଙ୍ଗଲ ଭିତରେ କଣ ମିଟିଂ ଚାଲିଛି , ଏ ପ୍ରଶ୍ନ ଉଙ୍କି ମାରୁଥାଏ ସମସ୍ତଙ୍କ ମନରେ !!

ତେବେ କଥା ବୁଝିବା ବେଳକୁ ସଂପୂର୍ଣ୍ଣ ଭିନ୍ନ . ଜଙ୍ଗଲ ର ଯେତେ ଖାଲି ସ୍ଥାନ ଥିଲା , ସେଠାରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଲାଗିଛି ।ହଜାର ହଜାର ହେକ୍ଟର ରେ ଏହିପରି ଔଷଧୀୟ ଗଛ ଲଗାଯାଇଛି . କେବଳ ଯେ , ଜଙ୍ଗଲ ରେ ଲାଗିଛି ତାହା ନୁହେଁ ବରଂ ତାର ରକ୍ଷଣ ବେକ୍ଷଣ ପାଇଁ ମଧ୍ୟ ଲୋକ ନିଯୁକ୍ତ ହୋଇଛନ୍ତି । ଏହା ଥିଲା ମହିପୁର ବନାଞ୍ଚଳ ର ଗୁମି ଫରେଷ୍ଟ ଏରିଆ ର ଦୃଶ୍ୟ . ଡ଼ିଏଫଓ ଏଚଡ଼ି ଧନରାଜ କୁହନ୍ତି , ଖାଲି ନୁଆଗାଁ ରେ ନୂହେଁ ନୟାଗଡ଼ ଜିଲ୍ଲାରେ ପ୍ରତ୍ୟକ ଜଙ୍ଗଲ ଏବଂ ନଣ୍ଡl ପାହାଡ଼ କୁ ଏହିପରି ସବୁଜିମା ଔଷଧୀୟ ଗଛରେ ଭର୍ତ୍ତି କରାଯାଇଛି । ନିଜେ ଡ଼ିଏଫଓ ଜଙ୍ଗଲକୁ ଯାଇ ପାହାଡ଼ ଚଢି ତଦାରଖ ଯାଞ୍ଚ କରିବା ସହ ସହକର୍ମୀ ମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି । ଡ଼ିଏଫଓ ଏଚଡ଼ି ଧନରାଜ ଙ୍କ ସହ ଥିଲେ ମହିପୁର ରେଞ୍ଜର ସୁଶାନ୍ତ କୁମାର ସ୍ୱାଇଁ , ଗୁମି ଫରେଷ୍ଟର ବନମାଳି ରାଉତ, ଗୁମି ଫରେଷ୍ଟ ଗାର୍ଡ ଗଜେନ୍ଦ୍ର ସ୍ୱାଇଁ ଏବଂ ଟିମ ର ଆଉ କିଛି ସଦସ୍ୟ ।। ନୟାଗଡ ଡ଼ିଏଫଓ ଙ୍କ ପ୍ରଚେଷ୍ଟାରେ ଜଙ୍ଗଲର ଖାଲି ସ୍ଥାନ ଏବଂ ଅନ୍ୟାନ୍ୟ ସ୍ଥାନରେ ଏପରି ଔଷଧୀୟ ଗଛ ଲାଗି ସବୁଜିମା ସୃଷ୍ଟି ହେବା ପରେ ଲୋକେ କହୁଛନ୍ତି – ସତରେ ଜଙ୍ଗଲ କୁ ଭଲ ପାଉଥିବା ମଣିଷ ଟିଏ : ଏଚଡ଼ି ଧନରାଜ !!

Exit mobile version