Site icon Awaj Media

ଢେଙ୍କାନାଳ ଜିଲ୍ଲା ନଗର ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ନଗର ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ . ଢେଙ୍କାନାଳ ନଗର ମଣ୍ଡଳ ସଭାପତି ଅଜୟ କୁମାର ଭଞ୍ଜ ଙ୍କ ନେତୃତ୍ବରେ ଜିଲ୍ଲା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ନଗରମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ଉଦଘାତକ ଭାବେ ଯୋଗଦେଇ ଥିଲେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହପାତ୍ର, ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର , ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ସମ୍ମାନିତ ଅତିଥି ଅର୍ବାନ ନିର୍ବାଚନ ପୌରପାଳିକା ର ସଂଯୋଜକ ମାନସ ହୋତା ପ୍ରମୁଖ ଯୋଗ ଦେଇଥିଲେ . ଆୟୋଜିତ ବୈଠକରେ ନଗର ମଣ୍ଡଳ ର ବହୁ ବରିଷ୍ଠ କର୍ମୀ, ମହିଳା କର୍ମୀ ଓ ଯୁବମୋର୍ଚ୍ଚା ସଦସ୍ୟ ଉପସ୍ଥିତ ଥିଲେ ।

Exit mobile version