Site icon Awaj Media

କଳାକାର ମାନଙ୍କୁ ଜୀବିକା ସୁରକ୍ଷା ଭତ୍ତା ପ୍ରଦାନ ପାଇଁ ଦାବୀ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନବନିର୍ମାଣ କୃଷକ ସଙ୍ଗଠନ ଆହ୍ୱାନ କ୍ରମେ ଲାକ ଡାଉନ ଓ ସଟ ଡାଉନରେ ଜୀବିକା ହରାଇଥିବା କଳାକାର, ସେଲୁନ, ସ୍ପା, ଜିମ, ପାର୍ଲର ବ୍ୟବସାୟୀଙ୍କୁ 6 ମାସର ଜୀବିକା ସୁରକ୍ଷା ଭତ୍ତା ପ୍ୟାକେଜ ଦାବି . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ଆହ୍ୱାନ କ୍ରମେ ଗଜପତି ଜିଲ୍ଲା କୃଷକ ସଙ୍ଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଙ୍କ ନେତୃତ୍ୱରେ 7 ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ, ସେଲୁନ ମାଲିକ , କଳାକାର, ଜିମ – ପାର୍ଲର ମାଲିକ ମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ . ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କରୋନାର ପ୍ରଥମ ଲହର ଓ ଦ୍ଵିତୀୟ ଲହର ସମୟ କାଳରେ ସଟ ଡାଉନ ଓ ଲକ ଡାଉନ ଯୋଗୁଁ ସମସ୍ତ ବର୍ଗର କଳାକାର, ସେଲୁନ, ସ୍ପା, ବିୟୁଟି ପାର୍ଲର, ଜିମ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଛି । ଏଣୁ କଳାକାର ଏବଂସମସ୍ତ ବର୍ଗଙ୍କୁ ଛଅ ମାସ ପାଇଁ ପାଞ୍ଚ ହଜାର ଲେଖାଏଁ 30 ହଜାର ଟଙ୍କା ଆର୍ଥିକ ସହାୟତା ପାଇଁ ଦାବୀ ହୋଇଛି । ମହାମାରୀ ସମୟରେ ସରକାର ସମସ୍ତଙ୍କୁ ସାହାଯ୍ୟ ଦେଲେ ମାତ୍ର କୃଷକ, ସେଲୁନ ମାଲିକ , କଳାକାର, ଜିମ – ପାର୍ଲର ମାଲିକ ମାନଙ୍କ ଦୁଃଖ ସରକାର ବୁଝିଲେ ନାହିଁ . ଉପରୋକ୍ତ ବର୍ଗର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ଅର୍ଥ ଯୋଗାଇ ଦେବା କୁ ଦାବି ହେଉଛି । ଏହି ଦାବିପତ୍ର ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେକ୍ଟର ନର୍ମଦା ନାୟକଙ୍କୁ ପ୍ରଦାନ କରାଯାଇଛି ।

Exit mobile version