Site icon Awaj Media

ବିଜୁ ଛାତ୍ର ଜନତା ଦଳର ସା°ଗଠନିକ ବୈଠକ !!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ପଞ୍ଚାୟତ ରାମ ମନ୍ଦିର ପରିସରରେ ବିଜୁ ଛାତ୍ର ଜନତା ଦଳର ସା°ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାପୁର ବ୍କକ ଛାତ୍ର ବିଜୁ ଜନତା ଦଳର ସଭାପତି ବାଳ ଗୋପାଳ ଷଢ଼ଙ୍ଗୀଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ବିଜୁ ଛାତ୍ର ଜନନା ଦଳର ସାଧାରଣ ସମ୍ପାଦିକା ତଥା ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷିକ ଦେବସ୍ମିତା ଦାସଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା । ଏହି ବୈଠକରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଧର୍ମେନ୍ଦ୍ର କୁମାର ଧଳ , ଖଣ୍ଡପଡା ବ୍କକ ବିଜୁ ଛାତ୍ର ଜନତା ଦଳର ସଭାପତି ସୈ।ମ୍ୟ ରଞ୍ଜନ ଏବଂ ଭାପୁର ବ୍କକ ର ସମସ୍ତ ଛାତ୍ର ବିଜେଡି କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ୫ ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍କକରେ କମିଟି ଗଠନ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସ°ଗଠିତ ହୋଇ ଲଢେ଼ଇ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହି ବୈଠକରେ ସରକାରୀ ଯୋଜନା ଗୁଡିକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଛାତ୍ର ମାନେ ଶୃଙ୍ଖଳାକୁ ନିଜର ବ୍ରତ କରିବା ସହିତ ଆଗାମୀ ପଞ୍ଚାୟତ ତ୍ରିସ୍ତରୀୟ ନିର୍ବାଚନରେ କିଭଳି ସଫଳତା ମିଳିପାରିବ ସେଥିପାଇଁ ଉଦ୍ୟମ କରିବା ପାଇଁ ଉପସ୍ଥିତ ନେତୃମଣ୍ଡଳୀ ଆହ୍ୱାନ ଦେଇଥିଲେ । ଶେଷରେ ଉପସ୍ଥିତ ସଦସ୍ୟ ମାନେ ରାମ ମନ୍ଦିର ପରିସରରେ ୧୦୦ରୁ ଅଧିକ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ ।

Exit mobile version