ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଡମପଡା ବ୍ଲକ କାର୍ଯ୍ୟାଳୟ ଗେଟ ଆଗରେ ଗର୍ଜନ କରୁଛନ୍ତି ବାଙ୍କୀ କଂଗ୍ରେସ ର କାର୍ଯ୍ୟକର୍ତ୍ତା . ଦାବୀ ହେଉଛି ଡମପଡା ବ୍ଲକ ର କୁଶପଙ୍ଗି ଏବଂ ତାଳବସ୍ତ ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ସହିତ ଅସାଧୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ . ଏଣେ ଲଗାତାର ଅଭିଯୋଗ ପରେ ଅଫିସ ଭିତରେ ନୀରବତା . କିଛି କର୍ମଚାରୀ ମଧ୍ୟ ଆସି ନିଜ ନିଜ ଟେବୁଲ ରେ କାମରେ ବାସୁଥିବା ସମୟରେ ପ୍ରାୟତଃ ଆସୁ ନାହାନ୍ତି ବିଡ଼ିଓ ମହାଶୟ . ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ଏକ ସପ୍ତାହ ଧରି କଂଗ୍ରେସ ତରଫରୁ ଆନ୍ଦୋଳନ ଚାଲିଥିବାରୁ ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ପହଞ୍ଚିଥିଲା ଆମ ଟିମ . ହେଲେ ବିଡ଼ିଓ ମହାଶୟଙ୍କର ଦେଖା ସୁଦ୍ଧା ମିଳିଲାନି , କି କେତେବେଳେ ଆସିବେ କିଛି ସ୍ପଷ୍ଟ ସୂଚନା ମଧ୍ୟ ମିଳିଲାନି . ଅନ୍ୟ ପକ୍ଷରେ କଟକ ଜିଲ୍ଲା ପ୍ରଶାସନ ଘଟଣାରେ ଠୋସ ପଦକ୍ଷେପ ଗ୍ରହଣ କଲାପରେ ହିଁ ଆନ୍ଦୋଳନରୁ ଉଠିବେ ବୋଲି ରୋକଠୋକ କହିଛନ୍ତି ଧାରଣାରତ କଂଗ୍ରେସ କର୍ମକର୍ତ୍ତା .
ଡମପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଫାଟକ ଆଗରେ କଂଗ୍ରେସ ର ଆନ୍ଦୋଳନ !!!

