Site icon Awaj Media

କଣିହାଁ ରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ . କଣିହାଁ ବ୍ଲକ ବିଜୁଗୋଳ ଗ୍ରାମ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପରେ ବିଜୁଜନତା ଦଳ ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ତଥା ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମୁଦୁଲି, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ କୁମାର ପାଳ, ଅନୁଗୋଳ ବିଧାୟକ ଙ୍କ ପ୍ରତିନିଧି ଅରୁଣାଭ ସିଂ, ଅନୁଗୋଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଯୁବ ସଭାପତି ଦିନେଶ ପ୍ରଧାନ, କଣିହାଁ ବ୍ଲକ ସଭାପତି କୈଳାସ ଚନ୍ଦ୍ର ସାହୁ, ହିମାଞ୍ଚଳ ପଣ୍ଡା ଓ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସଭାରେ ମୁଖ୍ୟତଃ ଦଳ କିପରି ତୃଣମୂଳ ସ୍ତରରୁ ସଂଗଠିତ ହୋଇ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ପାଇ ସେ ନେଇ ଆଲୋଚନା ହୋଇ ରଣନୀତି ପ୍ରସ୍ତୁତ ହୋଇଥିଲା । ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ମୁଦୁଲି ମହିଳା, ଛାତ୍ର, ଯୁବ କର୍ମୀମାନଙ୍କୁ ଦଳ ପାଇଁ କାର୍ଯ୍ୟ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ।

Exit mobile version