ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡରେ ପାଳିତ ହୋଇଯାଇଛି ୭୫ ତମ ସ୍ୱାଧିନତା ଦିବସ . କାର୍ଯ୍ୟକ୍ରମ ଅବସରରେ ବାଙ୍କୀ ଜନସାଧାରଣଙ୍କୁ ସମ୍ବୋଧନ କରି ସଚେତନତା ବାର୍ତ୍ତା ଦେଲେ ବାଙ୍କୀ ଉପ-ଜିଲ୍ଲାପାଳ ରଞ୍ଜନ କୁମାର ଜେନା । ଏଥି ସହିତ ସ୍ଥାନୀୟ କଚେରୀ ପଡିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ କରୋନା ସମୟରେ ବିଭିନ୍ନ ବର୍ଗର ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଏହି ଉତ୍ସବ ସମ୍ପୂର୍ଣ୍ଣ କୋଭିଡ କଟକଣା ସହିତ ପାଳନ କରାଯାଇଛି । ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ବାଙ୍କୀ ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ମହାବେରଣା କ୍ଲବ ପକ୍ଷରୁ ଉପ-ଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବନ୍ଧୁମିଳନ ଉତ୍ସବ ରେ ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ କର୍ମଚାରୀ , ଆଶା କର୍ମୀ ଅଙ୍ଗନବାଡି କର୍ମୀ, ଡାକ୍ତର, ନର୍ସ,ସଫେଇ କର୍ମଚାରୀ ଓ ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ବାଙ୍କୀ ରେ ପାଳିତ ହୋଇଯାଇଛି ୭୫ ତମ ସ୍ୱାଧିନତା ଦିବସ !

