ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅଞ୍ଚଳର ବହୁ ପୂରାତନ ଶୈବପୀଠ ବାବା ଖଣ୍ଡତେଶ୍ୱର ମହାଦେବଙ୍କ ମନ୍ଦିରରେ ନୂତନ ନାଗ ବିଗ୍ରହ ପ୍ରତିଷ୍ଠା ହୋଇ ଯାଇଛି । ସରକାରଙ୍କ କରୋନା କଟକଣା ମଧ୍ୟରେ ଗାଇଡ଼ ଲାଇନ ପାଳନ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଛି । ସ୍ଥାନୀୟ ଭକ୍ତ ଓ ଶ୍ରଦ୍ଧାଳୁ ଏବଂ ହରିରାଜପୁର ଓ ଚକାପଦା ଗ୍ରାମର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ସମ୍ପାଦନ ହୋଇଛି । ଆଜକୁ ତିନି ଦିନ ଧରି ଚାଲିଥିବା ଏହି ଯଜ୍ଞ ର ପୂର୍ଣ୍ଣାହୁତି ଦିଆଯିବା ସହିତ ନାଗ ଦେବତାଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଥିଲା . ପୂଜାବିଧି ସମାପନ ପରେ ଦିଅଁ ଙ୍କୁ ମନ୍ଦିର ପ୍ରବେଶ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ବାବା ଖଣ୍ଡତେଶ୍ୱର ମହାଦେବଙ୍କ ମନ୍ଦିରରେ ନୂତନ ନାଗ ବିଗ୍ରହ ପ୍ରତିଷ୍ଠା

